ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଯଦି ଏଠି ରହିଛି ଟ୍ରେନିଙ୍ଗ ନେବାର ସୁଯୋଗ : ୧୦,୫୦୦ ଟଙ୍କା ମିଳିବ ଷ୍ଟାଇପେଣ୍ଡ, ଏଭିଳି କରନ୍ତୁ ଆବେଦନ

44

ନ୍ୟୁକ୍ଲିୟର୍ ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରେ ଟ୍ରେନି ଅପରେଟର୍ ଓ ଟ୍ରେନି ମେଣ୍ଟେନର୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । NPCIL ଏହି ନୋଟିଫିକେସନ୍ ମାଧ୍ୟମରେ ୧୨୨ଟି ପଦବୀରେ ଭର୍ତ୍ତି କରିବ । ଇଚ୍ଛୁକ ଓ ଯୋଗ୍ୟ ବ୍ୟକ୍ତି ୧୪ ନଭେମ୍ବର ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ୍ npcilcareers.co. ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

ଯୋଗ୍ୟତା :

ଟ୍ରେନି ଅପରେଟର୍ :

୧. ଦ୍ୱାଦଶ ପାସ୍, ବିଜ୍ଞାନ ଓ ଗଣିତରେ ୫୦ ପ୍ରତିଶତ ଅଙ୍କ କିମ୍ବା ଆଇଏସସି

୨. ଏସଏସସି ଲେଭେଲ୍ ର ପରୀକ୍ଷାରେ ଗୋଟିଏ ବିଷୟ ଭାବେ ଇଂଲିଶ ଭାଷା ପଢ଼ିଥିବେ ।

ଟ୍ରେନି ମେଣ୍ଟେନର୍ :

୧. ଏଚଏସସିରେ ୫୦ ପ୍ରତିଶତ ଅଙ୍କ ସହିତ ସାଇନ୍ସ-ମେଥ୍, ଏହା ବ୍ୟତୀତ ଇଲୋକ୍ଟ୍ରୋନିକ୍, ଇଲେକ୍ଟ୍ରିସିଆନ୍, ମସିନିଷ୍ଟ, ଟର୍ନର, ଫିଟର୍ ତଥା ୱେଲ୍ଡରରେ ୨ ବର୍ଷର ଆଇଆଇଟି ସାର୍ଟିଫିକେଟ୍

୨. ଏସଏସସି ଲେଭେଲ୍ ପରୀକ୍ଷାରେ ଇଂଲିଶ ଏକ ବିଷୟ ଭାବେ ପଢ଼ାଯାଇଥିବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀ ୧୮ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ । ଆରକ୍ଷଣ ବର୍ଗଙ୍କ ଆୟୁ ସୀମାରେ ଆରକ୍ଷଣ କରାଯିବ । ଅଧିକ ସୂଚନା ପାଇଁ ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ୍ ଦେଖି ନିଅନ୍ତୁ – https://npcilcareers.co.in/RAPSST2018/documents/advt.pdf

ଦରମା : ସଫଳ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ଦିଆଯିବ । ପ୍ରଥମ ବର୍ଷ ୧୦,୫୦୦ ଟଙ୍କା ପ୍ରତି ମାସ ଓ ଦ୍ୱିତୀୟ ବର୍ଷ ୧୨,୫୦୦ ଟଙ୍କା ପ୍ରତି ମାସରେ ଦିଆଯିବ । ଟ୍ରେନିଙ୍ଗ ଶେଷ ହେବା ପରେ ୨୧, ୭୦୦ ଟଙ୍କା ଦରମା ମିିଳିବ ।