କରୋନା ଚିନ୍ତା ଭିତରେ ଆଶ୍ୱସ୍ତିର ଖବର: ବିଶ୍ୱରେ ସୁସ୍ଥତା ସଂଖ୍ୟାରେ ଶୀର୍ଷରେ ଭାରତ, ୯୦% ଆକ୍ରାନ୍ତ ସୁସ୍ଥ; ଆମେରିକାରେ ସୁସ୍ଥ ହାର ମାତ୍ର ୬୫%

199

କନକ ବ୍ୟୁରୋ: ବିଶ୍ୱରେ କରୋନା ଆକ୍ରାନ୍ତ ସୁସ୍ଥତା ହାରରେ ଭାରତ ଏନ ନୂଆ ରେକର୍ଡ କରିଛି । ଭାରତରେ କରୋନା  ସୁସ୍ଥ ହାର ୯୦ ପ୍ରତିଶତ ହୋଇଛି । ବର୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ ବା ୭୦ ଲକ୍ଷ ୭୮ ହଜାର ୧୨୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମୋଟ ୮ ଦଶମିକ ୫୦ ପ୍ରତିଶତ ବା ୬ ଲକ୍ଷ ୬୮ ହଜାର ୧୫୪ ଜଣ ସଂକ୍ରମିତ ଅଛନ୍ତି । ତେବେ ମହାମାରୀ କରୋନା ଯୋଗୁଁ ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଦଶମିକ ୫୧ ପ୍ରତିଶତ ବା ୧ଲକ୍ଷ ୧୮ ହଜାର ୫୩୪ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଆଜି କରୋନା ଯୋଗୁଁ ମାତ୍ର ୫୭୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ହଜାର ୧୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ୱାର୍ଲ୍ଡୋମିଟରର ତଥ୍ୟ ଅନୁସାରେ ବ୍ରାଜିଲରେ ଏହା ୮୯.୫ ପ୍ରତିଶତ ରହିଥିବା ବେଳେ ଋଷିଆରେ ୭୫.୫ ପ୍ରତିଶତ ରହିଛି । କିନ୍ତୁ ଆକ୍ରାନ୍ତ ସଂଖ୍ୟାରେ ଶୀର୍ଷରେ ଥିବା ଆମେରିକା କ୍ଷେତ୍ରରେ ସୁସ୍ଥତା ହାର ବେଶ୍ କମ୍ । ଏହି ଦେଶରେ ଏହା ମାତ୍ର ୬୫ ପ୍ରତିଶତ ରହିଛି । ଭାରତରେ ସୁସ୍ଥତା ହାର ସର୍ବାଧିକ ରହିଛି ।