କନକ ବ୍ୟୁରୋ :  ୟେନୋ ଆପ୍ ଜରିଆରେ ଠକାମିର ଶିକାର ବ୍ୟକ୍ତିଙ୍କ ପଇସା ଫେରିଲା । ବ୍ୟାଙ୍କ କର୍ତୃପକ୍ଷ ଏବଂ ରାଉରେକଲା ସାଇବର ପୋଲିସର ସହାୟତାରେ ଅନଲାଇନ ଠକାମିର ଶିକାର ହୋଇଥିବା ବ୍ୟକ୍ତି ତାଙ୍କ ଟଙ୍କା ଫେରି ପାଇଛନ୍ତି । ଠକାମିର ଶିକାର ବ୍ୟକ୍ତି ପରେଶ କୁମାର ପ୍ରଧାନ ଏସବିଆଇ ବ୍ୟାଙ୍କର ଗ୍ରାହକ । ୮ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ସେ ଏବେ ଫେରି ପାଇଛନ୍ତି । ଯାହା ସେ ସାଇବର ଲୁଟେରାଙ୍କ ଦ୍ୱାରା ଠକାମିର ଶିକାର ହୋଇଥିଲେ ।

Advertisment

ଏସବିଆଇ ୟେନୋ ଅପେଡଟ ଆଳରେ ଜଣେ ଗ୍ରାହକଙ୍କ ଆକାଉଂଟରୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିଲେ ସାଇବର ଅପରାଧୀ । ଗତ ଜୁନ ୧ ତାରିଖରେ ଗ୍ରାହକଙ୍କ ମୋବାଇଲକୁ ୟେନୋ ଅପେଡଟ କରିବାକୁ ଏକ ଲିଙ୍କ୍ ଆସିଥିଲା । ଯେଉଁଥିରେ ଏହି ଲିଙ୍କକୁ ଏନାବୁଲ ବା ଆକ୍ଟିଭ କରିବାକୁ ଉକ୍ତ ମେସେଜରେ ଲେଖାଥିଲା । ପରେ ସାଇବର ଅପରାଧୀଙ୍କ ଚକ୍ରବ୍ୟୁହରେ ଫଶିଯାଇଥିଲେ । ଆଉ ଓଟିପି ସେୟାର କରିବା ପରେ ୩ଟି ପର୍ଯ୍ୟାୟରେ  ତାଙ୍କ ଆକାଉଂଟରୁ ଅନ୍ୟ ଏକ ଆକାଉଂଟକୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା । ଏହାପରେ ଠକାମୀର ଶିକାର ବ୍ୟକ୍ତି ବ୍ୟାଙ୍କ ଓ ସାଇବର ଥାନାରେ ଲିଖିତ ଅଭିିଯୋଗ କରିଥିଲେ ।