କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ସୂଚନା ମୁତାବକ ମାର୍ଚ୍ଚ ମାସରେ ଜିଏସଟି ଆଦାୟ ବୃଦ୍ଧିପାଇ ୧.୨୩ ଲକ୍ଷ କୋଟିରେ ପହଂଚିଛି । ଯାହାକି ପୂର୍ବବର୍ଷର ସମାନ ଅବଧି ମୁକାବିଲାରେ ୨୭ ପ୍ରତିଶତ ଅଧିକ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜିଏସଟି ରାଜସ୍ୱ ପୂର୍ବ ୬ ମାସ ମଧ୍ୟରେ ୧ ଲକ୍ଷ କୋଟିରୁ ଅଧିକ ହୋଇଛି । ଏହି ଜିଏସଟି ଆଦାୟ ବୃଦ୍ଧି ସଂକେତ ଦେଇଛି କି ଦେଶରେ ଆର୍ଥିକ ସୁଧାର ଆସିଛି ।
ଏହାସହିତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଜିଏସଟିକୁ, ଆୟକର ସୀମା ଶ୍ଳୁକ ଆଇଟି ପ୍ରଣାଳୀ ସହିତ ବହୁପକ୍ଷୀୟ ଉତ୍ସ ସହିତ ବ୍ୟବହାର କରି ନକଲି ବିଲିଂ ବିରୋଧରେ ନଜର ରଖିବା ଫଳରେ ଏଭଳି ସଫଳତା ମିଳିଛି ।
ସଫଳ ଜିଏସଟି ରାଜସ୍ୱ ମାର୍ଚ୍ଚ ୨୦୨୧ ରେ ୧,୨୩,୯୦୨ କୋଟି ଆଦାୟ ହୋଇଛି । ଯାହା ମଧ୍ୟରେ କେନ୍ଦ୍ରୀୟ ଜିଏସଟି ୨୨,୯୭୩ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୯,୩୨୯ କୋଟି, ଏକିକ୍ରୁତ ଜିଏସଟି ୬୨, ୮୪୨ କୋଟି ଓ ଉପକର ୮,୭୫୭ କୋଟି ସାମିଲ ହୋଇଛି ।