କନକ ବ୍ୟୁରୋ: କମ୍ପୁଟର ବଏ । ବିସ୍ମୟ ବାଳକ । କିଏ କେଉଁ ନାମରେ ଡ଼ାକୁଛନ୍ତି । ହେଲେ ଏଭଳି ନାମର ହକଦାର ପାଲଟିଛନ୍ତି ଭଂଜନଗର ଲାଲସିଂଗ ଗ୍ରାମର ସୁଶାନ୍ତ କୁମାର ରାଉତଙ୍କ ୨ ବର୍ଷର ପୁଅ ସୁଭ୍ରାଶୁଂ ରାଉତ । ସେ ଗତ ଜାନୁଆରୀ ମାସରେ ଅନଲାଇନ୍ ରେ ହରିଆନା ଠାରେ ଅନୁଷ୍ଠିତ ହୋଇଥିବା ବୁକ୍ ଅଫ ଇଣ୍ଡିଆରେ ରେକର୍ଡ ସୃଷ୍ଟି କରି ମେଡ଼େଲ ସହ ପୁରସ୍କୃତ ହୋଇଛନ୍ତି । ଇଟଂରନେସେନାଲ୍ ବୁକ ଅଫ ରେକର୍ଡ଼ ପାଇଁ ପ୍ରତିଯୋଗିତା ହୋଇ ୪୦ ଗୋଟି ବିପରିତ ସବ୍ଦ କହି ପୁଣି ନୃତନ ରେକର୍ଡ଼ ସୃଷ୍ଟି କରିବାରେ ସେ ସଫଳତା ହାସଲ କରିଛନ୍ତି । ତାଙ୍କର ଏଭଳି ଦୁଇ ଦୁଇଟି ମେଡାଲ ପାଇବାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ।

Advertisment

ବୟସ ମାତ୍ର ଦୁଇ ବର୍ଷ । ହେଲେ ସେ କିପରି ଅନର୍ଗଳ ଶବ୍ଦର ବିପରୀତ ଶବ୍ଦ କହୁଛନ୍ତି ଦେଖନ୍ତ ଆପଣ ବି ତାଜୁବ୍ ହୋଇଯିବେ । ଆଉ ଏପରି ୪୦ ଶବ୍ଦର ବିପରୀତ ଶବ୍ଦ କହି ରେକର୍ଡ କରିଛନ୍ତି ଗଞ୍ଜାମ ଜିଲ୍ଲା ଲାଲସିଂ ଗ୍ରାମର ସୁଶାନ୍ତ କୁମାର ରାଉତଙ୍କ ପୁଅ ସୁଭାଂଶୁ ରାଉତ । ୩ ମାସ ପୂର୍ବରୁ ଇଣ୍ଡିଆ ବୁକ୍ ଅଫ ରେକଡ଼ରେ ପୁରସ୍କୃତ ହୋଇଥିବା ଏହି ଶିଶୁ ଏବେ ଇଂଟରନ୍ୟାସନାଲ ବୁକ ଅଫ ରେକର୍ଡ଼ର ସ୍ଥାନ ପାଇଛନ୍ତି । ସୁଭ୍ରାଶୁଂଙ୍କ ଏହି ସଫଳତା ପଛରେ ଅଛି ତାଙ୍କ ମାଆଙ୍କ ହାତ । ପୁଅକୁ ଯେତେବେଳେ ୮ ମାସ ହୋଇଥିଲା ସେବେଠୁ ତାଙ୍କ ମାଆ ଲକ୍ଷ୍ମୀପ୍ରୟା ତାଙ୍କୁ ଶିଖାଇବା ଆରମ୍ଭ କରିଥିଲେ । ଆଉ ଏହାର ଫଳ ଏବେ ସେ ପାଇଛନ୍ତି ।

ସୁଭ୍ରାଂଶୁଙ୍କ ଠାରେ ଏଭଳି ମନେରଖିବା ପ୍ରତିଭା ଦେଖି ବାପା ସୁଶାନ୍ତ ବୁକ୍ ଅଫ ଇଣ୍ଡିଆ ଓ ବୁକ୍ ଅଫ ୱାଲର୍ଡ଼ରେ ଆବେଦନ କରିଥିଲେ । ସେତେବେଳେ ସୁଭ୍ରାଂଶୁ ସ୍ୱାଧିନତା ସଂଗ୍ରାମୀ, ପନିପରିବା, ପଶୁପକ୍ଷୀ, ଶରୀରର ଅଙ୍ଗ, ରାଜ୍ୟ ଗୁଡିକର ରାଜଧାନୀ, ଋତୁ, ମାସ ଆଦି କହିପାରୁଥିଲେ । ତେବେ ଗତ ଜାନୁୟାରୀ ୨୮ ତାରିଖରେ ହରିଆନାରେ ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଇ ସୁଭ୍ରାଂଶୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଥିଲେ । ଏବେ ସେ ୪୦ ଗୋଟି ଶବ୍ଦର ବିପରିତ ୱାର୍ଡ଼ କହି ୱାରଲ୍ଡ ବୁକ ଅଫ ରେକଡ଼ରେ ସ୍ଥାନ ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ଖୁସୀର ଲହର ଖେଳି ଯାଇଛି ।