ଗୁଳୁଗୁଳିରେ ଶ୍ରୀକ୍ଷେତ୍ରରେ କଲବଲ ହେଉଛନ୍ତି ଭକ୍ତ । ଦିନ ସାଢେ ୮ଟା ସୁଦ୍ଧା ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ

219

କନକ ବ୍ୟୁରୋ : ପୁରୀରେ ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି । ଦିନ ସାଢେ ୮ଟା ସୁଦ୍ଧା ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆର୍ଦ୍ରତା ୭୬ପ୍ରତିଶତ ଥିବାରୁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଆକାଶ ଆଂଶିକ ମେଘୁଆ ରହିଛି । ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରୁ ବହୁଛି ପବନ । ଘଣ୍ଟାପ୍ରତି ୧୦ରୁ ୧୫ କିମି ପବନପ ବେଗ ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ହେଉଛି ପବିତ୍ର ସ୍ନାନ ପୁର୍ଣ୍ଣିମା । ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ବହୁ ଦୁରଦୁରାନ୍ତରରୁ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଆସିଛନ୍ତି । କିନ୍ତୁ ସକାଳୁ ସକାଳୁ ଭକ୍ତଙ୍କୁ ସହିବାକୁ ପଡୁଛି ଅସହ୍ୟ ଗୁଳୁଗୁଳି । ସକାଳି ସାଢେ ୮ଟା ସୁଦ୍ଧା ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମୟ ବଢିବା ସହ ଆହୁରି ଗୁଳୁଗୁଳି ବଢିପାରେ ବୋଲି କୁହାଯାଉଛି । ତେଣୁ ବଡ ଦାଣ୍ଡରେ ଆଜି ଶ୍ରଦ୍ଧାଳୁଙ୍କୁ ଅଥୟ କରିବାରେ ଅସହ୍ୟ ତାତି