ସଂକ୍ରମଣରେ ପୁଣି ରେକର୍ଡ : ଦିନକରେ ୩୯୯୧ ପଜିଟିଭ୍ ଚିହ୍ନଟ, ୧୧ ମୃତ୍ୟୁ

270

କନକ ବ୍ୟୁରୋ :  ରାଜ୍ୟରେ କରୋନା ସଂକ୍ରମଣ ପୁଣି ନୂଆ ରେକର୍ଡ କରିଛି। ଗୋଟିଏ ଦିନରେ ସର୍ବାଧିକ ୩୯୯୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ୪୭,୧୬୧ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର୍‌) ହଠାତ୍ ୮ ପ୍ରତିଶତକୁ ବୃଦ୍ଧି ପାଇଛି। ଚିନ୍ତାର ବିଷୟ ହେଲା, ଗୋଟିଏ ଦିନରେ ରାଜ୍ୟର ୧୪ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ କେବଳ ଖୋର୍ଧା କି କଟକ ନୁହେଁ; ରାଜ୍ୟର ଏକାଧିକ ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନଜରକୁ ଆସିଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦ ହଜାର ୪୭୪ରେ ପହଞ୍ଚିଛି। ଦେଶର ସର୍ବାଧିକ ସକ୍ରିୟ ରୋଗୀ ଥିବା ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ରହିଛି। ପଜିଟିଭ୍ ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହେବା କାରଣରୁ ରାଜ୍ୟରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଛି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୯ହଜାର ୧୨୧ରେ ପହଞ୍ଚିଥିବା ବେଳେ କରୋନା ଜନିତ ମୃତ୍ୟୁର ଧାରା ମଧ୍ୟ ଅବ୍ୟାହତ ରହିଛି। ଗତ ୧୦ଦିନରେ ରାଜ୍ୟରେ ୯୯ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଆଜି ୧୧ଜଣଙ୍କ ମୃତ୍ୟୁ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେଭୁବନେଶ୍ୱର, ପୁରୀ ଓ କଟକରୁ ୨ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଭଦ୍ରକ, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, କୋରାପୁଟରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୫୯୧ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୪ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧା ୮୨, କଟକ ୪୧, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୨, ପୁରୀ ୨୨, ଗଜପତି ୧୮, ସମ୍ବଲପୁର ଓ ନୟାଗଡ଼ ୧୫ଜଣ ଲେଖାଏଁ, ବାଲେଶ୍ବର ଓ କନ୍ଧମାଳରେ ୧୪ଜଣ ଲେଖାଏଁ, ଭଦ୍ରକରେ ୧୦ ଜଣ ପ୍ରାଣ ହରାଇଛନ୍ତି।

ଖୋର୍ଧା ଜିଲ୍ଲାରେ କରୋନା ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୬୮୭ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୪,୦୧୯ରେ ପହଞ୍ଚିଛି। ଏହାବାଦ୍ କଟକ ୩୯୨, ପୁରୀ ୩୩୨, ବଲାଙ୍ଗୀର ୧୮୦, ବରଗଡ଼ ୧୬୯, ମୟୂରଭଞ୍ଜ ୧୬୦, ଯାଜପୁର ୧୪୮, କୋରାପୁଟ ୧୨୭, ନବରଙ୍ଗପୁର ୧୨୫, ଅନୁଗୁଳ ୧୧୪, ଜଗତସିଂହପୁର ୧୦୯, ସମ୍ବଲପୁର ୧୦୪, ଢେଙ୍କାନାଳ ୧୦୧, ସୁନ୍ଦରଗଡ଼ ୯୮, ନୂଆପଡ଼ା ୯୬, ଗଞ୍ଜାମ ୯୫, ଭଦ୍ରକ ୮୨, କେନ୍ଦୁଝର ୮୧, ବାଲେଶ୍ବର, ସୋନପୁର ଓ କଳହାଣ୍ଡିରେ ୭୪ ଲେଖାଏଁ, ରାୟଗଡ଼ା ୫୮, କନ୍ଧମାଳ ୫୭, ଝାରସୁଗୁଡ଼ା ୪୯, ନୟାଗଡ଼ ୪୮, ବୌଦ୍ଧ ୪୧, ଗଜପତି ଓ ଦେବଗଡ଼ରୁ ୧୮ ଲେଖାଏଁ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୪ଜଣ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩୧୫ଜଣ ସଙ୍ଗରୋଧରୁ ଓ ୧୬୭୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାକୁ ବାଦ୍ ଦେଲେ ଗଞ୍ଜାମ ୧୮,୯୭୮, କଟକ ୧୧,୯୧୧, ରାୟଗଡ଼ା ୫୮୦୮, ପୁରୀ ୫୫୫୯, ଯାଜପୁର ୫୩୫୪, ସୁନ୍ଦରଗଡ଼ ୫୨୬୨, ମୟୂରଭଞ୍ଜ ୫୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୨୭୦୬ କରୋନା ‌ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ କଟକରୁ ସର୍ବାଧିକ ୪୧୧ଜଣ ରହିଛନ୍ତି। ଖୋର୍ଧା ୩୫୪, ମୟୂରଭଞ୍ଜ ୨୩୩, ଗଞ୍ଜାମ ୧୭୩, ନୟାଗଡ଼ ୧୫୨, ବରଗଡ଼ ୧୩୯, ପୁରୀ ୧୩୨, ରାୟଗଡ଼ା ୧୦୧, ଝାରସୁଗୁଡ଼ା ୯୩, ଯାଜପୁର ୯୨, କେନ୍ଦୁଝର ୮୨, ସମ୍ବଲପୁର ୮୧, ଜଗତସିଂହପୁର ୭୬, କେନ୍ଦ୍ରାପଡ଼ା ୬୬, ଢେଙ୍କାନାଳ ଓ କୋରାପୁଟ ୬୫ ଲେଖାଏଁ, ଭଦ୍ରକ ୫୩, ନବରଙ୍ଗପୁର ୫୨, ବାଲେଶ୍ବର ୩୮, ସୁନ୍ଦରଗଡ଼ ୩୪, କଳାହାଣ୍ଡି ୩୩, ମାଲକାନଗିରି ୨୭, ବଲାଙ୍ଗୀର ୨୫, ସୋନପୁର ୨୪, ବୌଦ୍ଧ ଓ ନୂଆପଡ଼ାରୁ ୨୩ ଲେଖାଏଁ, କନ୍ଧମାଳ ୨୦, ଗଜପତି ୧୮, ଅନୁଗୁଳ ୧୭ ଓ ଦେବଗଡ଼ରୁ ୫ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୮ହଜାର ୧ରେ ପହଞ୍ଚିଛି।