ଓଡ଼ିଶାରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ଆଜି ଏକାଥରେ ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ, ରାଜ୍ୟରେ ଏଯାବତ୍ ସୁସ୍ଥ ହେଲେଣି ୧୬୦୪ ।

Advertisment
ରାଜ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ: ୧୪ ଜିଲ୍ଲାରୁ ୧୭୩ କରୋନା ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୫୦,  ଅନ୍ୟ ୨୩ ଆକ୍ରାନ୍ତ ସ୍ଥାନୀୟ ଲୋକ

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । ଏହି ନୂଆ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ୍ ୧୬୦୪କୁ ବୃଦ୍ଧି ପାଇଛି ସୁସ୍ଥଙ୍କ ସଂଖ୍ୟା । ତେବେ ରାଜ୍ୟର ନୂଆ ସୁସ୍ଥଙ୍କ ମଧ୍ୟରେ...

ଗଞ୍ଜାମରୁ ୩୫
କଟକରୁ ୨୨
ନୂଆପଡ଼ାରୁ ୧୪
ବଲାଙ୍ଗୀରରୁ ୧୪
ଖୋର୍ଦ୍ଧାରୁ ୧୦ କନ୍ଧମାଳରୁ ୭
କୋରାପୁଟରୁ ୫
କେନ୍ଦ୍ରାପଡ଼ାରୁ ୪

ଏବଂ ବାଲେଶ୍ୱର, ଢ଼େଙ୍କାନାଳ, ନୟାଗଡ଼ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି ।

ତେବେ ସମସ୍ତ କୋଭିଡ ହସ୍ପିଟାଲ, ଡାକ୍ତର, ନର୍ସ, ପାରାମେଡିକ୍ସ, ଏନ୍ଏମ୍, ଆଶା କର୍ମୀ , ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସରପଞ୍ଚ ଏବଂ ସ୍ୱାସ୍ଥ୍ୟ ସେବାରେ ସମର୍ପିତ ଥିବା ସ୍ୱେଚ୍ଛାସେବୀ ତଥା ସମ୍ପୃକ୍ତ ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏଭଳି ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ଏହା ସମ୍ଭବ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe