ପ୍ଲାଜମା ଥେରାପିରେ ରେକର୍ଡ : ସୁସ୍ଥ ହୋଇ ଘରକୁ ଫେରିଲେ ୧୦୪ ଜଣ କରୋନା ଆକ୍ରାନ୍ତ; ଥେରାପି ଟିମ୍ ଓ ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

63

କନକ ବ୍ୟୁରୋ : ପ୍ଲାଜମା ଥେରାପିରେ ୧୦୪ ଜଣ ସୁସ୍ଥ , ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହୋଇଥିବା ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିପାଇଁ ପ୍ଲାଜମା ଥେରାପି ଟିମ୍, ଓ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଭିନନ୍ଦନ ଜଣାଇଛି । ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ପ୍ଲାଜମା ଥେରାପିରେ ଚିକିତ୍ସିତ ହୋଇ ୧୦୪ ଜଣ ସୁସ୍ଥ ହେବା ଏକ ବିରଳ ସଫଳତା । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଟୁଇଟ୍ କରି କହିଛନ୍ତି, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂରା ପ୍ଲାଜମା ଥେରାପି ଟିମ୍ ଓ କୋଭିଡ୍ ଯୋଦ୍ଧାମାନଙ୍କୁ ଶୁଭେଛା । ସେହିପରି ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିବା ଓ ବହୁ ମୂଲ୍ୟବାନ ଜୀବନ ବଂଚାଇଥିବା ସମସ୍ତଙ୍କୁ ଧନ୍ୟବାଦ ।