ଆମେରିକାରେ ରେକର୍ଡସ୍ତରରେ ତାତି। ୫୦ଡିଗ୍ରୀ ଟପିଲା ସର୍ବାଧିକ ତାପମାତ୍ରା

525

କନକ ବ୍ୟୁରୋ: ତାତିରେ କଲବଲ ହେଉଛି ଆମେରିକା ସହ ୟୁରୋପର ଅଧିକାଂଶ ଦେଶ । ଶନିବାର ଓ ରବିବାର ଆମେରିକାରେ ରେକର୍ଡସ୍ତରରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । କାଲିଫର୍ଣ୍ଣିଆରୁ ଟେକ୍ସାସ । ଅଧିକାଂଶ ସହରରେ ତାତିରେ ଛଟପଟ ହେଉଛି । ରବିବାର କାଲିଫଣ୍ଣିଆର ବିଶ୍ୱର ସବୁଠୁ ଉତପ୍ତ ସହର ପାଲଟିଛି । ସର୍ବାଧିକ ତାପମାତ୍ରା ଏଠାରେ ୪୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । କାଲିଫର୍ଣ୍ଣିଆ, ନେବାଦା, ଏରିଜୋନା, ଟେକ୍ସାସ, ଫ୍ଲୋରିଡ଼ା ଭଳି ସହରରେ ଆଗକୁ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଅତିକ୍ରମ ହେବା ଆଶଙ୍କା ରହିଛି ।

ସେପଟେ ଦକ୍ଷିଣ ଆମେରିକାର କିଛି ଜଙ୍ଗଲରେ ନିଅାଁ ଯୋଗୁଁ ଗ୍ରୀଷ୍ମଲହରୀ ଭୟଙ୍କର ହୋଇଛି । ଗରମରେ କେବଳ ଆମେରିକା ଛଟପଟ ହେଉନି ବରଂ ୟୁରୋପର ଅଧିକାଂଶ ଦେଶରେ ମଧ୍ୟ ସମାନ ସ୍ଥିତି ଜାରିରହିଛି । ରୋମ, ଇଟାଲୀରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସିସିଲି, ସାର୍ଡିନିଆ ଦ୍ୱୀପପୁଞ୍ଜରେ ତାପମାତ୍ରା ୪୮ ଡିଗ୍ରୀ ଉପରେ ରହିଛି । ୧୬ଟି ସହର ପାଇଁ ଆଲର୍ଟ ଜାରି କରାଯାଇଛି । ଗ୍ରୀସ ସହ ଅନେକ ଦେଶରେ ଗ୍ରୀଷ୍ମପ୍ରବାହ ହେବା ଯୋଗୁଁ ଅଧିକାଂଶ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯାଇଛି । ସେପଟେ ଫ୍ରାନ୍ସରେ ଶିଳ୍ପକାରଖାନ ଗୁଡିକ ସାମୟିକଭାବେ ବନ୍ଦ ରଖାଯାଇଛି । ସ୍ପେନ ମଧ୍ୟ ଗରମ ଯୋଗୁଁ ଛଟପଟ ହେଉଛି ।

ଜୁଲାଇ ମାସରେ ଚୀନରେ ତାତି ଭାଙ୍ଗିଛି ଗ୍ରୀଷ୍ମଲହରି । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଚୀନର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ୫୨.୦୨ ଡିଗ୍ରୀ ସେଲସିୟସ ରହିଛି । ଏପ୍ରିଲମାସରୁ ଚୀନରେ ଗ୍ରୀଷ୍ମଲହରୀ ଆରମ୍ଭ ହୋଇଥିବାବେଳେ ଜୁଲାଇ ଏହା ସବୁ ରେକର୍ଡ ଭାଙ୍ଗିଛିର ଚୀନରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହର କାରଣ ଜଳବାୟୁ ପରିବର୍ତନ ବୋଲି କହିଛିନ୍ତି ପାଣିପାଗ ବିଶେଷଜ୍ଞ ।