ଟ୍ରାକକୁ ଫେରିଲା ଦେଶର ଅର୍ଥବ୍ୟବସ୍ଥା: ୨୦୨୧-୨୨ର ଦ୍ୱିତୀୟ ତ୍ରୈମାଶିକ ରିପୋର୍ଟରେ ରେକର୍ଡ ଅଭିବୃଦ୍ଧି

119

କନକ ବ୍ୟୁରୋ: ଟ୍ରାକକୁ ଫେରିଲା ଭାରତର ଅର୍ଥ ବ୍ୟବସ୍ଥା । ଭାରତୀୟ ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ବର୍ଷ ୨୦୨୧ -୨୨ ଦ୍ୱିତୀୟ ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତରେ ପହଂଚିଛି । କରୋନା ସଂକଟ ଭିତରେ ଦେଶର ଜିଡିପିକୁ ନେଇ ଖୁସି ଖବର ଆସିଛି । ଗତ ବର୍ଷ ଜିଡିପିରେ ଭାରି ହ୍ରାସ ଦେଖାଦେଇଥିଲା ।

୨୦୨୦ -୨୧ ଆର୍ଥିକ ବର୍ଷରେ ଜିଡିପି ୭ ଦଶମିକ ୫ ପ୍ରତିଶତରେ ପହଂଚିଥିଲା । ଯାହାକୁ ନେଇ ବିରୋଧି ଙ୍କ ଜୋରଦାର ବିରୋଧର ସାମନା କରିବାକୁ ପଡିଥିଲା କେନ୍ଦ୍ର ସରକାରଙ୍କୁ ।  ତେବେ ବିଭିନ୍ନ ଏଜେନ୍ସି ଦ୍ୱାରା ଚଳିତ ବର୍ଷ ଜିଡିପି ୭ ରୁ ୯ ପ୍ରତିଶତ ମଧ୍ୟରେ ରହିବାର ଅନୁମାନ କରାଯାଇଥିଲା । ଆଉ ଏବେ ରିପୋର୍ଟରେ ଡିଜିପି ୮.୪ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି ।