କନକ ବ୍ୟୁରୋ: ଟ୍ରାକକୁ ଫେରିଲା ଭାରତର ଅର୍ଥ ବ୍ୟବସ୍ଥା । ଭାରତୀୟ ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ବର୍ଷ ୨୦୨୧ -୨୨ ଦ୍ୱିତୀୟ ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତରେ ପହଂଚିଛି । କରୋନା ସଂକଟ ଭିତରେ ଦେଶର ଜିଡିପିକୁ ନେଇ ଖୁସି ଖବର ଆସିଛି । ଗତ ବର୍ଷ ଜିଡିପିରେ ଭାରି ହ୍ରାସ ଦେଖାଦେଇଥିଲା ।
୨୦୨୦ -୨୧ ଆର୍ଥିକ ବର୍ଷରେ ଜିଡିପି ୭ ଦଶମିକ ୫ ପ୍ରତିଶତରେ ପହଂଚିଥିଲା । ଯାହାକୁ ନେଇ ବିରୋଧି ଙ୍କ ଜୋରଦାର ବିରୋଧର ସାମନା କରିବାକୁ ପଡିଥିଲା କେନ୍ଦ୍ର ସରକାରଙ୍କୁ । ତେବେ ବିଭିନ୍ନ ଏଜେନ୍ସି ଦ୍ୱାରା ଚଳିତ ବର୍ଷ ଜିଡିପି ୭ ରୁ ୯ ପ୍ରତିଶତ ମଧ୍ୟରେ ରହିବାର ଅନୁମାନ କରାଯାଇଥିଲା । ଆଉ ଏବେ ରିପୋର୍ଟରେ ଡିଜିପି ୮.୪ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/thequint_2017-01_23061580-c1ff-4929-ab4d-b1aa37be9bcf_8508092b-e192-4ba8-a6bf-720e960fc010.jpg)