ସୁଟିଂ ଆରମ୍ଭ ଦିନ ଠାରୁ ଚର୍ଚାରେ‘ଗୋଲମାଲ ଏଗେନ’ । ଆଉ ଏବେ ବଡ ପରଦାକୁ ଆସିବା ପରେ ବି ଦର୍ଶକଙ୍କ ପ୍ରଶଂସା ପାଇବାରେ ସଫଲ ହୋଇଛି । ଯିଏ ଦେଖୁଛି ସିଏ କହୁଛି କମାଲ କରିଛି ‘ଗୋଲମାଲ ଏଗେନ’ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ ଜବରଦସ୍ତ କମେଡି କରିଛନ୍ତି। ଚଳିତ ବର୍ଷ ରିଲିଜ ହାଇଥିବା ସମସ୍ତ ଫିଲ୍ମ ମଧ୍ୟରେ ଗୋଲମାଲ ଏଗେନର ଓପନିଂ ସମସ୍ତଙ୍କଠାରୁ ଆଗରେ ରହିଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ କମେଇଛି ୮୭.୬୦ କୋଟି ଟଙ୍କା ।
ଏଥିରୁ ‘ଗୋଲମାଲ ଏଗେନ’ ପ୍ରତି ଦର୍ଶକଙ୍କ ଭଲପାଇବା ଜଣାପଡୁଛି । ବକ୍ସ ଅଫିସ ରିପୋର୍ଟ ଅନୁଯାୟୀ, ଦର୍ଶକଙ୍କର ଭଲ ରେସପନସ ବି ମିଳିଛି । ପ୍ରଥମ ଦିନରେ ୩୦.୧୪ କୋଟି, ଦ୍ୱିତୀୟ ଦିନରେ ୨୮.୩୭ କୋଟି ଓ ରବିବାର ୨୯.୦୯ କୋଟି ଟଙ୍କାର ବ୍ୟାପାର କରିଛି ସେଟ୍ଟୀଙ୍କ ‘ଗୋଲମାଲ ଏଗେନ’ । ଚଳଚିତ୍ରର ଖର୍ଚ ହୋଇଥିବା ସବୁ ଟଙ୍କା ପ୍ରଥମ ସପ୍ତାହରେ ମିଳି ଯାଇଥିବାରୁ ପ୍ରଡକ୍ସନ ହାଉସ ବି ଖୁସି ଅଛି । ଖାଲି ଭାରତରେ ନୁହେଁ ଏହି ଫିଲ୍ମଟି ବିଦେଶରେ ମଧ୍ୟ ଇତିମଧ୍ୟରେ ୨୦.୬୨ କୋଟି ଟଙ୍କା କମେଇ ରେକର୍ଡ କରିଛି ବୋଲି ଜଣାପଡିଛି ।ଅଜୟଙ୍କ କମେଡିରେ ଦର୍ଶକ ହସି ହସି ବେଦନ ହୋଇ ଯାଉଛନ୍ତି । ଅକ୍ଟୋବର ୨୦ରେ ‘ଗୋଲମାଲ ଏଗେନ’ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/golmal-again.jpg)