ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ତାତି, ପାରଦ ଟପିଲା ୫୨ ଡିଗ୍ରୀ । ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି । ୫ଦିନ ପାଇଁ ଉତ୍ତରଭାରତକୁ ରେଡ ଆଲର୍ଟ ।

210

କନକ ବ୍ୟୁରୋ: ଅସହ୍ୟ ତାତିରେ ଛଟପଟ ଦେଶର ଅଧିକାଂଶ ସ୍ଥାନ । ରାଜଧାନୀ ଦିଲ୍ଲୀରେ ପାରଦ ୫୦ଡିଗ୍ରୀ ଟପିଥିବାବେଳେ ରାଜସ୍ଥାନ କଥା ନକହିବା ଭଲ । ଗରମରେ କଲବଲ ହେଉଛି ଉତ୍ତରଭାରତ । ସେପଟେ ଅଂଶୁଘାତ ଜନିତ ଗୁରୁତର ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ରାଜଧାନୀ ଦିଲ୍ଲୀ ସମେତ ଉତ୍ତରଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ୪୫ଡିଗ୍ରୀରରୁ ପାରଦ ହଠାତ ୫୦ ଡିଗ୍ରୀ ପାର ହେବା ପରେ ସହ ଅସହ୍ୟ ତାତିରେ କଲବଲ ହେଉଛି ଜନ ଜୀବନ । ଅଂଶୁଘାତ ଯୋଗୁଁ ଅସୁସ୍ଥ ହୋଇପଡୁଛନ୍ତି ଶିଶୁ ଓ ବୟସ୍କ । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ ଆଗାମୀ ୪ଦିନରେ ଆହୁରି ବଢ଼ିବ ତାତି । ଦିଲ୍ଲୀ ଓ ବେଙ୍ଗାଲୁରରରେ ପାଣିର ଅଭାବ ବଡ ସମସ୍ୟା ଭାବେ ଉଭା ହୋଇଛି । ସେପଟେ ବିଭିନ୍ନ ସ୍ଥାନରେ ବଢ଼ିଛି ଅଗ୍ନିକାଣ୍ଡ ଘଟଣା । ଦିଲ୍ଲୀରେ ପ୍ରତିଦିନ ୨ଶହରୁ ଅଧିକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛିି ।

ସେପଟେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ମୁଣ୍ଡଫଠା ଖରାରେ ଦେଶ ସୁରକ୍ଷାରେ ନିୟୋଜିତ ବୀର ଯବାନ ନିଜ କର୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି । ସେପଟେ ପାଣିପାଗ ବିଭାଗ ସୂଚନା ଅନୁସାରେ ହରିଆଣା, ଚଣ୍ଡିଗଡ, ଦିଲ୍ଲୀ,ତ୍ତ୍ରପ୍ରଦେଶ, ମଧ୍ୟପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଛତିଶଗଡ, ବିହାର, ଝାଡଖଣ୍ଡ, ବିହାର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ମଧ୍ୟ ଚଳିତବର୍ଷ ହିଟୱେଭ ଚିନ୍ତାର କାରଣ ପାଲଟିଛି ।