ରାଜ୍ୟରେ ଦିନକରେ ରେକର୍ଡ ପରିମାଣର ଟେଷ୍ଟିଂ । ଗତ ୨୪ ଘଂଟାରେ ୪୭ ହଜାରରୁ ଅଧିକ ନମୂନା ପରୀକ୍ଷା , ୪୦ ହଜାର ୭୬୧ ଆଂଟିଜେନ୍ ଏବଂ ୭ ହଜାର ଆରଟିପିସିଆର ଟେଷ୍ଟିଂ

134

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ପରିମାଣର ଟେଷ୍ଟିଂ । ଗତ ୨୪ ଘଂଟାରେ ରାଜ୍ୟରେ ୪୭ ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୪୭ ହଜାର ୮୮୭ ନମୂନା ପରୀକ୍ଷା ହୋଇଛି ।

ଯାହାକି ଗୋଟିଏ ଦିନରେ ସର୍ବାଧିକ ନମୂନା ପରୀକ୍ଷା । ଏହା ମଧ୍ୟରୁ ୪୦ ହଜାର ୭୬୧ ଆଂଟିଜେନ୍ ଟେଷ୍ଟ୍ ଏବଂ ୭ ହଜାର ଆରଟିପିସିଆର ଟେଷ୍ଟ ରହିଛି । ଏନେଇ କନକନ୍ୟୁଜକୁ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।