ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୦୨୧ରେ ପହଞ୍ଚିଲା: ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୮୪୫କୁ ବୃଦ୍ଧି; ଗତ ୨୪ଘଣ୍ଟାରେ ୧୫୪ମୃତ, ୬,୯୭୭ ନୂଆ ମାମଲା

329

କନକ ବ୍ୟୁରୋ: ଗତ ୨୪ ଘଂଟାରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ୪ ହଜାର ଅତିକ୍ରମ କରିଛି । ଦେଶରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୩୮ ହଜାର ଅତିକ୍ରମ କରିଛି ।

ବର୍ତମାନ ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ୍ କେସ୍ ରହିଛି । ୫୭ ହଜାର ୭୨୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୨୧ ରହିଛି ଅତିକ୍ରମ କରିଛି । ଦେଶରେ ମହାରାଷ୍ଟ୍ରରେ ୫୦ ହଜାର ଅତିକ୍ରମ କରିଛି ଆକ୍ରାନ୍ତ ସଂଖ୍ୟା । ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତ ସଂଖ୍ୟା ୫୦ ହଜାର ୨୩୧ ରହିଛି । କରୋନା ମୃତ୍ୟୁ ସଂଖ୍ୟା ୧୬ ଶହ ୩୫ କୁ ବୃଦ୍ଧି ହୋଇଛି ।