କନକ ବ୍ୟୁରୋ: ଆପଣ କେବେ ୨ ଶହ କିଲୋଗ୍ରାମର ମାଛ ଦେଖିଛନ୍ତି କି? କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିପାରେ, କାହିଁକି ନା ସାଧାରଣତଃ ଏତେ ବିଶାଳକାୟ ମାଛ ବଜାରରେ ଦେଖିବାକୁ ମିଳେ ନାହିଁ । ହେଲେ ଜୀବ ବିଜ୍ଞାନୀ ଏନରିକ୍ ଅର୍ଷ୍ଟେଲ, ସମୁଦ୍ର ଭିତରୁ ୨୨୦୦ କିଲୋଗ୍ରାମର ଏକ ମାଛକୁ ଧରିଛନ୍ତି । ଯାହା ତାଙ୍କୁ ଏବେ ଚର୍ଚ୍ଚାକୁ ଆଣିଛି ।
ଏନରିକଙ୍କ କହିବା ମୁତାବକ, ଭୂମଧ୍ୟ ସାଗରରେ ସେ ଏକ ମାଛଧରା ବୋଟରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କୁ ଏକ ୩.୨ ମିଟରର ବିଶାଳକାଳୟ ସନ ଫିସ୍ ଦେଖିବାକୁ ମିଳିଥିଲା । ଏହି ମାଛକୁ ଦେଖିବା ପରେ ସେ ସ୍ତବ୍ଧ ହୋଇଯାଇଥିଲେ, କାହିଁକି ନା, ସେ ପୂର୍ବରୁ କେବେ ବି ଏତେ ବିଶାଳକାୟ ମାଛ ଦେଖିନଥିଲେ । ତେବେ ଜାଣିରଖିବା ଉଚିତ୍ ଯେ, ଏହି ମାଛ ସାଧାରଣ ଭାବରେ ସମୁଦ୍ରରେ ଦେଖିବାକୁ ମିଳେନାହିଁ । ଏହି ମାଛକୁ ନେଇ ଏନରିକ୍ କହିଛନ୍ତି, ଏହି ବିଶାଳକାୟ ମାଛର ଓଜନ ପାଖାପାଖି ୨ ଟନ୍ ରହିଥିଲା । ଯାହା ଫଳରେ ଏହାକୁ ସମୁଦ୍ର ଭିତରେ ଧରିବା ସମୟରେ ମେସିନ୍ ମଧ୍ୟ ଭାଙ୍ଗିଯାଇପାରେ ବୋଲି ଆଶଙ୍କା କରାଯାଉଥିଲା । ହେଲେ ପ୍ରଥମେ କ୍ରେନ୍ ସାହାଯ୍ୟରେ ମାଛକୁ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/fish_0-sixteen_nine.webp)