ଆଇଏଫଏସ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଅବସର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

162

କନକ ବ୍ୟୁରୋ : ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଏଫଏସ ଅଫିସରଙ୍କ ଦୁର୍ନୀତି ନେଇ କ୍ଦ୍ରେକୁ ଅବଗତ କଲେ ମୁଖ୍ୟମନ୍ତ୍ରୀ । ଅତ୍ୟଧିକ ଦୁର୍ନୀତି ହୋଇଥିବାରୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ ହୋଇଛି ।

ତେବେ ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ସୁପାରିଶ ପ୍ରଥମ ଥର ପାଇଇଁ ହୋଇଛି । ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କଠାରୁ ବେଆଇନ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ରେଡ୍ କରି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି । ଏଥିପାଇଁ ଅଭୟ ବାପ-ପୁଅଙ୍କୁ ଭିଲାନ୍ସ ଗିରଫ କରି ଜେଲ ପଠାଇ ଦେଇଛି ।

ଏହାସହ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଛି । ନିଜକୁ ଟାଟା କମ୍ପାନୀର ଏମଡି କହି ଅନେକ ଲୋକଙ୍କ ଠକିଥିବା ଅଭିଯୋଗ ମଧ୍ୟ ହୋଥିଲା । ତାଙ୍କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହାୟତା କରିଥିବାର ଅଭିଯୋଗ ହୋଇଥିଲା । ପରେ ଜନ ବିରୋଧୀ କାମ ପାଇଁ ।ଙ୍କୁ ଦଳରୁ ବାହାର କରାଯାଇଥିଲା । ଏହାସହ ଠକେଇ ମାମଲାରେ ମଧ୍ୟ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।