ରିଚାର୍ଜ କରିବା ନାଁରେ ଠକିବା ମାମଲା : ମୁହଁ ଖୋଲିଲେ ‘ସାଙ୍ଗଭି ଏଣ୍ଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ; କହିଲେ, ସ୍ମିମ ବିଷୟରେ ଲୋକଙ୍କୁ ଦିଆଯାଇଛି ଭୁଲ ତଥ୍ୟ

120

କନକ ବ୍ୟୁରୋ : ରିଚାର୍ଜ କରିବା ନାଁରେ ଲୋକଙ୍କୁ ଠକିବା ନେଇ ଅଭିଯୋଗ ହୋଇଥିବା କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ର କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସାଙ୍ଗଭି ଏଂଟରପ୍ରାଇଜର୍ସ’ର ମୁଖ୍ୟ ବିପ୍ର ସ୍ୱାଇଁ ଅଭିଯୋଗକୁ ଅସ୍ୱୀକାର କରିବା ସହ ମୂଳ ସ୍ମିମ ବିଷୟରେ ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଇଛି ଏବଂ କମ୍ପାନୀ କାହାରିକୁ ଠକି ନଥିବା କହିଛନ୍ତି ।

ସେପଟେ ଏହି ଠକେଇ ଘଟଣା ଅଭିଯୋଗରେ ଏଜେଂଟଙ୍କ ଉପରେ ଦୋଷ ଲଦିଛନ୍ତି କମ୍ପାନୀର ଆଇନଜୀବୀ । କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏହି ସଂସ୍ଥା ୯୯୯ ଟଙ୍କାରେ ମୋବାଇଲ୍ ରିଚାର୍ଜ କରି, ବର୍ଷକ ପାଇଁ ଅନଲିମିଟେଡ୍ କଲ୍ ସହ ଦୈନିକ ୨ ଜିବି ଡାଟାର ଅଫର ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି । ଏମିତି ଏକ ଲୋଭନୀୟ ଅଫର ଜାଲରେ ପଡିଛନ୍ତି ରାଜ୍ୟର ହଜାର ହଜାର ଲୋକ । ମାତ୍ର ଦୁଇ-ତିନି ମାସ ପରେ ମାସିକ ରିଚାର୍ଜ ବନ୍ଦ ହୋଇଯିବାରୁ ବଡ଼ ଧରଣର ଠକାମୀ ପଦାକୁ ଆସିଥିଲା । ସେପଟେ ଏହି ଘଟଣାରେ ଗତକାଲି ଡିସିପିଙ୍କୁ ଭେଟିଥିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।