କନକ ବ୍ୟୁରୋ: କରୋନା ମହାମାରୀଠାରୁ ଦେଶକୁ ଘାରିଛି ମାନ୍ଦାବସ୍ଥା । ଏଥି ଯୋଗୁଁ କିଛି ଦେଶ ତଳିତଳାନ୍ତ ହୋଇଥିବାର ନଜିର ମଧ୍ୟ ରହିଛି । ଏବେ ଆମେରିକା ମଧ୍ୟ ଏହି ଘୋର ମାନ୍ଦାବସ୍ଥାର ଶିକାର ହେବାକୁ ଯାଉଛି । ଫଳରେ ପ୍ରତି ମାସରେ ଆମେରିକାରେ ପାଖାପାଖି ୧.୭୫ ଲକ୍ଷ ଲୋକ ଚାକିରି ହରାଇବାର ଆଶଙ୍କା ରହିଛି । ଏପରି ଆକଳନ କରିଛନ୍ତି ‘ୟୁଏସ୍’ ଇକୋନୋମିକ୍ସ’ ର ମୁଖ୍ୟ ମାଇକେଲ ଗୈପନ୍ ।
ଆମେରିକା ଯଦି ମାନ୍ଦାବସ୍ଥାର ଶିକାର ହୁଏ ଏବଂ ସେଠାରେ ବେରୋଜଗାରୀ ସମସ୍ୟା ଦେଖାଯାଏ ତେବେ ଏହାର ବଡ ପ୍ରଭାବ ଭାରତ ଉପରେ ପଡିବା ସହ ଅନ୍ୟ ଦେଶ ମାନଙ୍କ ଉପରେ ପଡିବ । ଏହା ଫଳରେ ଅନେକ ଭାରତୀୟ ମଧ୍ୟ ନିଜର କର୍ମ ହରାଇପାରନ୍ତି ବୋଲି ଅନୁମାନ କରାଯାଉଛି । ବ୍ୟାଙ୍କ ଆମେରିକାର ଏକ ରିପୋର୍ଟରେ ଏପରି ଭୟାନକ ସମ୍ଭାବନା ପ୍ରକାଶ ପାଇଛି । ରିପୋର୍ଟ ମୁତାବକ, ଆସନ୍ତା ବର୍ଷର ପ୍ରଥମ ୬ ମାସରେ ଅର୍ଥାତ୍ ଜାନୁଆରୀଠାରୁ ଜୁନ୍ ମଧ୍ୟରେ ଆମେରିକା ମାନ୍ଦାବସ୍ଥାରେ ଘେରିହେବ । ଯଦି ଏପରି ହୁଏ ତେବେ ଦେଶରେ ପ୍ରତି ମାସରେ ପାଖାପାଖି ୧.୭୫ ଲକ୍ଷ ଲୋକ ବେରୋଜଗାର ହୋଇଯିବେ ।ଏହା ପୂର୍ବରୁ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ମଧ୍ୟ ଏପରି ସୂଚନା ଦେଇଥିଲା ।
ଅନ୍ୟପଟେ ଦେଶରେ ମାନ୍ଦାବସ୍ଥାକୁ ନିୟନ୍ତ୍ରଣ କରିବାକୁ ‘ଫେଡ୍ ରିଜର୍ଭ’ ଏହାର ରେପୋ ରୋଟ୍ ବଢାଇ ଚାଲିଛି । ଯାହାର ପ୍ରଭାବ କେବଳ ଏହି ଦେଶ ଭିତରେ ନୁହେଁ ବରଂ ଅନ୍ୟ ଦେଶ ମାନଙ୍କ ଉପରେ ମଧ୍ୟ ପଡୁଛି । ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
Follow Us