କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଚିନ୍ତାରେ ପଡୁଛନ୍ତି ।

Advertisment

ସୂଚନା ଅନୁସାରେ ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା । ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।