କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନଏସଏ ଅଜିତ୍ ଡୋଭାଲ ଅଛନ୍ତି କି ଆତଙ୍କୀଙ୍କ ଟାର୍ଗେଟରେ?ଜୈସ ସହ ଜଡିତ ହିଦାୟତ ଉଲ୍ଲାହ ମଲିକ ଠାରୁ ଡୋଭାଲଙ୍କ ଅଫିସର ରେକି ଭିଡ଼ିଓ ମିଳିବା ପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାଶ୍ମୀରରୁ ଆତଙ୍କୀ ଲିଙ୍କରେ ମଲିକକୁ ଗିରଫ କରିବା ପରେ ଏହି ଭିଡ଼ିଓ ବାବଦରେ ଜାଣିବାକୁ ମିଳିଥିଲା ।
ମିଳିଥିବା ସୂଚନା ମୁତାବକ, ଏହି ରେକି ଗତବର୍ଷ କରାଯାଇଥିଲା । ମଲିକ କେବଳ ଡୋଭାଲଙ୍କ ଅଫିସ ନୁହେଁ ବରଂ ଶ୍ରୀନଗରର କିଛି ଅଞ୍ଚଳର ଭିଡ଼ିଓ ରେକର୍ଡ କରିଥିଲେ । ଏପରିକି ଏହି ଭିଡ଼ିଓ ପାକିସ୍ତାନକୁ ମଧ୍ୟ ପଠାଇଥିଲା । ଆଉ ଏ ବାବଦରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ଗୁଡିକ ଏବେ ସର୍ତକ ହୋଇ ଯାଇଛନ୍ତି । ଆତଙ୍କବାଦୀ ସଙ୍ଗଠନ ଜୈସର ଫ୍ରଣ୍ଟ ଗ୍ରୁପ ଭାବେ ଜଣାଶୁଣା ଲସ୍କର-ଏ-ମୁସ୍ତଫାର ପ୍ରମୁଖ ମଲିକ ବୋଲି କୁହାଯାଉଛି । ଗିରଫ ବେଳେ ମଲିକ ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଜବତ କରିଥିଲା ପୋଲିସ ।
ମିଳିଥିବା ଗୁଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନରେ ଲୁଚି ବସିଥିବା ଆତଙ୍କବାଦୀ ସଙ୍ଗଠନ ଗୁଡିକ ପୁଣିଥରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବଢାଇବାକୁ ଷଡଯନ୍ତ୍ର କରୁଛି । ଆଉ ଏଥିପାଇଁ ଦୁବାଇ-ତୁର୍କୀ ରାସ୍ତା ଦେଇ ଫଣ୍ଡ ଯୋଗାଇଦେଉଛି ଆଇଏସଆଇ । ଧାରା ୩୭୦ ହଟିବା ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ପଥରମାଡ କମ ହୋଇଛି । କିନ୍ତୁ ପୁଣିଥରେ ଏହାକୁ ଆରମ୍ଭ କରି କାଶ୍ମୀର ଘାଟିରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି ଆତଙ୍କବାଦୀ । ଆଉ ଏଥିପାଇଁ ଗୁପ୍ତ ମିଟିଂ ମଧ୍ୟ ହେଉଥିବାର ଖବର ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/19-12.jpg)