ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି ମୁଖ୍ୟ କାରଣ ଏବଂ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା । ପରୀକ୍ଷା ଜନିତ ଚାପ ଆଜିକାଲିର ପିଢୀ ପାଇଁ ଏକ ଏଭଳି ସମସ୍ୟା ପାଲଟିଯାଇଛି କି, ଅନେକ ପିଲା ଏହାକୁ ନିଜ ଜୀବନର ଏକ ବଡ ସମସ୍ୟା ବୋଲି ଭାବି ନେଇଛନ୍ତି । ଖାଲି ସେତିକି ନୁହେଁ ପରୀକ୍ଷାକୁ ନେଇ ସେମାନେ ଏତେ ମାତ୍ରାରେ ପ୍ରଭାବିତ ହୋଇପଡନ୍ତି ଯେ ବାର୍ଷିକ ପରୀକ୍ଷା ଆସିବା ପୂର୍ବରୁ ହିଁ ସେମାନେ ଆତ୍ମହତ୍ୟାର ମାର୍ଗକୁ ବାଛି ନିଅନ୍ତି ଏବଂ ଅନେକ ପିଲା ମଧ୍ୟ ପରୀକ୍ଷାରେ ଫେଲ୍ ହେବା କାରଣରୁ ମୃତ୍ୟୁର ରାସ୍ତାକୁ ଚୟନ କରିଥାନ୍ତି ।
ପିଲାଙ୍କୁ ପରୀକ୍ଷାରେ ଭଲ ନମ୍ବର ରଖିବାକୁ ବାପା-ମାଆ ଏବଂ ଶିକ୍ଷକମାନେ ପକାଉଥିବା ଚାପ ହିଁ ସେମାନଙ୍କ ଏହି ମାନସିକ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ । ଗୋଟେ ପଟେ ପରୀକ୍ଷାରେ ଭଲ ନମ୍ବର ଆଣିବା ଓ ଅନ୍ୟ ପଟେ ପରିବାର ଏବଂ ଶିକ୍ଷକଙ୍କ ଆଶାକୁ ସଫଳ କରିବା ଭଳି ଚାପ ସେମାନଙ୍କ ଉପରେ ଭାରି ପଡିଯାଏ । ଆଉ ଏହି ସମସ୍ୟାକୁ ସବୁଦିନ ପାଇଁ ଶେଷ କରିବା ପାଇଁ ପିଲାମାନଙ୍କୁ କେବଳ ଗୋଟିଏ ହିଁ ବାଟ ଦେଖାଯାଇଥାଏ,ସେ ହେଲା ମୃତ୍ୟୁର ରାସ୍ତା ବା ଆତ୍ମହତ୍ୟା ।
ତେବେ ବାପା ମା’ ଏବଂ ଗୁରୁଜନଙ୍କୁ ଏନେଇ କ’ଣ କରିବା ଆବଶ୍ୟକ ଜାଣି ରଖନ୍ତୁ :
* ଏହି ସମୟରେ ପିଲାମାନଙ୍କ ଉପରେ ଅଧିକ ଚାପ ନ ଦେଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଏଥିସହ ବୁଝିବାକୁ ଚେଷ୍ଟା କରନ୍ତୁ କି ପିଲାଟିର ରୁଚି କଣ ଆଉ ତା’ର ପ୍ରତିଭା କଣ ? ନିଜ ପିଲାଙ୍କ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ତାକୁ ଆଗକୁ ବଢିବାକୁ ପ୍ରେରଣା ଦିଅନ୍ତୁ ।
* ଅନେକ ସମୟରେ ଗୋଟିଏ ସନ୍ତାନ ଥିବା ଅଭିଭାବକମାନେ ପିଲାବେଳରୁ ହିଁ ନିଜ ସନ୍ତାନକୁ ଏତେ ଗେହ୍ନା କରି ପକାନ୍ତି କି ଏହି ଚକ୍କରରେ ସେମାନଙ୍କ ପ୍ରତିଟି ଇଚ୍ଛାକୁ ପୁରଣ କରିବାରେ ଲାଗି ପଡନ୍ତି । ଯାହା ପିଲାଟିକୁ ଅଧିକ ଜିଦ୍ଦି କରି ପକାଇଥାଏ । ଆଉ ଯାହାକୁ ଭୋଗିବାକୁ ପଡିଥାଏ ଖୋଦ୍ ବାପା-ମାଆଙ୍କୁ । କାରଣ ଯଦି କୌଣସି ଜିନିଷ ପାଇଁ ସେମାନଙ୍କୁ ମନା କରାଯାଏ ତେବେ ସେ ଏତେ ମାତ୍ରାରେ ନିରାଶ ହୋଇପଡନ୍ତି କି ଆତ୍ମହତ୍ୟାର ମାର୍ଗକୁ ଚୟନ କରିବାକୁ ବାଧ୍ୟ ହୁଅନ୍ତି ।
* ଏଥିପାଇଁ ଆପଣ ନିଜେ ଚିନ୍ତା କରନ୍ତୁ କି ଆପଣ ଆପଣଙ୍କ ପିଲାମାନଙ୍କର କିଭଳି ଯତ୍ନ ନେବେ । ତାଙ୍କର କେଉଁ କଥା ପୁରଣ କରିବେ ଆଉ କେଉଁ କଥାକୁ ନୁହେଁ । ତେବେ ସେମାନଙ୍କ ସବୁ ଜିଦ୍ଦକୁ ପୁରଣ କରିବା ଅନୁଚିତ୍ । ଯେଉଁ ଜିନିଷ ସେମାନଙ୍କ ପାଇଁ ଅତି ଆବଶ୍ୟକ ସେଗୁଡିକ ହିଁ ପୁରଣ କରନ୍ତୁ । ହଁ ,କିନ୍ତୁ ସଙ୍ଗେ ସଙ୍ଗେ ନୁହେଁ ।
* ପିଲାମାନଙ୍କ ଆତ୍ମହତ୍ୟା କରିବାର ଅନ୍ୟ ଏକ ବଡ କାରଣ ହେଲା, ବାପା-ମାଆଙ୍କ ମଧ୍ୟରେ ଥିବା ଦୂରତା । ଅର୍ଥାତ୍ ଛାଡପତ୍ର । ତେବେ ଏହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ସେମାନଙ୍କୁ ଉଭୟଙ୍କ ଭଲପାଇବା ମିଳି ନଥାଏ । ଏହି ସମୟରେ ସେମାନେ ଯେତେବେଳେ ଅନ୍ୟ ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ ସ୍ନେହ କରିବାର ଦେଖିଥାନ୍ତି ସେତେବେଳେ ସେମାନେ ନିଜ ଜୀବନର ଅଭାବକୁ ଅନୁଭବ କରିଥାନ୍ତି । ଯାହା କାରଣରୁ ସେ ଚିଡଚିଡା ହୋଇ ଯାଆନ୍ତି । ତେବେ ଅନେକ ସମୟରେ ମଧ୍ୟ ଶୁଣିବାକୁ ମିଳିଛି କି ଏହାକୁ ନେଇ ମଧ୍ୟ ଅନେକ ପିଲା ଆତ୍ମହତ୍ୟା କରିଥାନ୍ତି ।
* ପ୍ରତିଟି ବାପା-ମାଆ ଏକଥାକୁ ନିଶ୍ଚୟ ଧ୍ୟାନ ଦେବା ଦରକାର କି ନିଜ ସଂପର୍କରେ ଥିବା କୌଣସି ବି ସମସ୍ୟାକୁ ପିଲାଙ୍କ ଉପରେ ପଡିବାକୁ ଦିଅନ୍ତୁ ନାହିଁ । ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ପିଲାଙ୍କ ପାଳନ ପାଳନ ଉପରେ ଯେପରି ନ ପଡେ । ଏବଂ ପିଲାଙ୍କୁ ସଂପୂର୍ଣ୍ଣ ଭଲ ପାଇବା ଦିଅନ୍ତୁ ଯାହା ସେମାନେ ପାଇବାକୁ ହକଦାର ଅଟନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/suicide-3-1.jpg)
/kanak/media/post_attachments/wp-content/uploads/2018/05/creating_a_safe_open_space_is_key_to_talking_to_kids_about_divorce-300x200.jpg)