କ’ଣ ପାଇଁ ହୋଇଥାଏ ଭୂମିକମ୍ପ ! ଜାଣନ୍ତୁ ତୀବ୍ରତା ଅନୁଯାୟୀ କ’ଣ ପଡିଥାଏ ପ୍ରଭାବ ।

208

ଦିଲ୍ଲୀ ଏମସିଆର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଯେତେ ଅଧିକ ଭୂମିକମ୍ପ ଆସିଥାଏ, କମ୍ପନର ମାତ୍ରା ସେତେ ଅଧିକ ହୋଇଥାଏ । ଯେଉଁଠାରେ ୭.୯ ରିକ୍ଟର ସ୍କେଲ ତୀବ୍ରତା ଭୂମିକମ୍ପରେ ବଡ ବଡ ବିଲ୍ଡିଂ ଗଳି ପଡିଥାଏ ସେଠାରେ ୨.୯ ରିକ୍ଟର ସ୍କେଲ ଭୂମିକମ୍ପରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥାଏ ।

କୌଣସି ଭୂମିକମ୍ପ ସମୟରେ ଭୂମି କମ୍ପନର ଆୟତନ ଏବଂ ଆର୍ବିଟାରୀ ଛୋଟ ଆୟତନର ସାଧାରଣ ହିସାବକୁ ରିକ୍ଟର ସ୍କେଲ କୁହାଯାଏ । ରିକ୍ଟର ସ୍କେଲର ପୁରା ନାମ ହେଉଛି ରିକ୍ଟର ମାଗ୍ନିଚ୍ୟୁଡ ଟେଷ୍ଟ ସ୍କେଲ ।

କାହିଁକି ହୋଇଥାଏ ଭୂମିକମ୍ପ ?

ପୃଥିବୀ ପୃଷ୍ଠର ଉପର ଅଂଶ ସାତୋଟି ଟେକ୍ଟୋନିକ ପ୍ଲେଟ ସହ ମିଶି ରହିଛି । ତେବେ ଯେଉଁଠାରେ ଏହି ସାତୋଟି ପ୍ଲେଟ ନିଜ ନିଜ ଭିତରେ ଧକ୍କା ହୋଇଥାନ୍ତି ସେଠାରେ ଭୂମିକମ୍ପର ଆଶଙ୍କା ସୃଷ୍ଟି ହୋଇଥାଏ । ଏବଂ ଭୂମିକମ୍ପ ସେତେବେଳେ ଆସିଥାଏ, ଯେତେବେଳେ ଏହି ପ୍ଲେଟ ଗୁଡିକ ନିଜ କ୍ଷେତ୍ର ଛାଡି ଅନ୍ୟ କ୍ଷେତ୍ରରେ ପଶିବାକୁ ଚେଷ୍ଟା କରିଥାନ୍ତି । ଯାହା ଫଳରେ ପ୍ଲେଟ ଗୁଡିକ ମଧ୍ୟରେ ଧକ୍କା ହୋଇଥାଏ । ଏବଂ ଏହି ଧକ୍କା କିମ୍ବା ଫ୍ରିକସନରୁ ପୃଥବୀ ପୃଷ୍ଠର ଉପରେ ଭାଗ କମ୍ପିବାକୁ ଲାଗିଥାଏ । ଏପରିକି ବେଳେବେଳେ ପୃଥିବା ଫାଟି ମଧ୍ୟ ଯାଇଥାଏ । ପ୍ଲେଟ ଗୁଡିକ ମଧ୍ୟରେ ଧକ୍କା ହେବା ଫଳରେ ଯେଉଁ ଶକ୍ତି ନିର୍ଗତ ହୋଇଥାଏ ତାହା ସପ୍ତାହରେ ଏପରିକି ମାସ ମାସ ପରେ ମଧ୍ୟ ରହି ରହି ବାହାରକୁ ବାହାରିଥାଏ । ଏବଂ ଏହା ଦ୍ୱାରା ହାଲକା ଭୂମିକମ୍ପର ଝଟକା ଅନୁଭୂତ ହୋଇଥାଏ ।

ଜାଣନ୍ତୁ ଭୂମିକମ୍ପର ତୀବ୍ରତା ହିସାବରେ କଣ ପ୍ରଭାବ ପଡିଥାଏ :

୦ ରୁ ୧.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଏହା କେବଳ ସିଜ୍ମୋଗ୍ରାଫ ଦ୍ୱାରା ଜଣାପଡିଥାଏ ।

୨ ରୁ ୨.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ହାଲକା ଝଟକା ଅନୁଭୂତ ହୋଇଥାଏ ।

୩ ରୁ ୩.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା କୌଣସି ଟ୍ରକ ଆପଣଙ୍କ ପାଖ ଦେଇ ଅତିକ୍ରମ କଲା ଭଳି ଅନୁଭବ ହେବ ।

୪ ରୁ ୪.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଝରକା ଭାଙ୍ଗି ଯାଇପାରେ ଏବଂ ଆପଣଙ୍କ ଘର କାନ୍ଥରେ ଲାଗିଥିବା ଫ୍ରେମ ଖସିଯାଇପାରେ ।

୫ ରୁ ୫.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଘରର ଆସବାବ ପତ୍ର ହଲିପାରେ ।

୬ ରୁ ୬.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ଘରର ଉପର ମହଲାକୁ କ୍ଷତି ପହଞ୍ଚିପାରେ ।

୭ ରୁ ୭.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରାଘର ଭୂଷୁଡି ଯାଇଥାଏ । ଏବଂ ମାଟିତଳେ ପାଇପ ଫାଟି ଯାଇଥାଏ ।

୮ ରୁ ୮.୯ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିବା ଦ୍ୱାରା ବଡ ବଡ ବିଲ୍ଡିଂ ସହ ପୋଲ ମଧ୍ୟ ଖସି ପଡିଥାଏ ।

୯ କିମ୍ବା ଏହା ଠାରୁ ଅଧିକ ରିକ୍ଟର ସ୍କେଲ ତୀବ୍ରତାରେ ଭୂମିକମ୍ପ ଆସିଲେ ପୁରା ସୃଷ୍ଟି ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି । କୌଣସି ବ୍ୟକ୍ତି ପଡିଆରେ ଥିଲେ ପୃଥିବୀ ଢେଉ ଖେଳୁଥିବାର ଦେଖିବାକୁ ପାଇବେ । ସମୁଦ୍ର ପାଖରେ ଥିଲେ ସୁନାମୀ ଆସିଥାଏ ।