ଟିମ ଇଣ୍ଡିଆ ନୂଆ ଜର୍ସିର ଅଜଣା କଥା: ପଢନ୍ତୁ, କଣ ରହିଛି ବିଲିୟନ ଚିୟର୍ସ ଜର୍ସି ପଛର କାହାଣୀ

191

କନକ ବ୍ୟୁରୋ: ଏଥର ଟି-୨୦ ବିଶ୍ୱକପରେ ନୂଆ ଜର୍ସିରେ ନଜର ଆସିଛି ଟିମ ଇଣ୍ଡିଆ । ଆଉ ଏହି ଜର୍ସିର ନାଁ ‘ବିଲିୟନ ଚିୟର ଜର୍ସି’ ଦିଆଯାଇଛି । ଏହି ଜର୍ସି ପୁରୁଣା ଜର୍ସିଠୁ ପୂରା ଭିନ୍ନ । ଆଉ ଏଥିରେ ଭିନ୍ନ ଡିଜାଇନ ମଧ୍ୟ କରାଯାଇଛି । ଆଉ ଡିଜାଇନ ପଛରେ ଲୁଚି ରହିଛି କିଛି ଅଜଣା କଥା । ତେବେ ଆସନ୍ତୁ ଜାଣିବା ଏହି ବିଲିୟନ ଚିୟର୍ସ ଜର୍ସି ପଛର କାହାଣୀ ବିଷୟରେ

ଟିମ ଇଣ୍ଡିଆର ଏହି ନୂଆ ଜର୍ସିକୁ ତିଆରି କରିଛି ଏମପିଏଲ ସ୍ପୋର୍ଟସ । ଆଉ ଏହି ଜର୍ସିରେ ସାଉଣ୍ଡ ୱେଭର ଚିତ୍ର ମଧ୍ୟ ରହିଛି । ଆଉ ଏହି ସାଉଣ୍ଡ ୱେଭ କୋଟି କୋଟି ଭାରତୀୟ ଫ୍ୟାନଙ୍କ ଭଏସକୁ ସୂଚାଉଛି । ଅର୍ଥାତ ଏହି ଜର୍ସିରେ ଭାରତୀୟ ଫ୍ୟାନମାନଙ୍କ ଚିୟରର ଭଏସକୁ ସ୍ଥାନ ମିଳିଛି ।

ଏମପିଏଲ ଏହି ଜର୍ସିକୁ ଟ୍ୱିଟ କରି ଲେଖିଛି, ଏହି ଜର୍ସି କେବଳ ଭାରତର ନୁହେଁ ପ୍ରିତିଟି ଭାରତୀୟଙ୍କ ପାଇଁ ଗୌରବ । ଏହା ଜର୍ସି ନୁହେଁ ବିଲିୟନ ଫ୍ୟାନଙ୍କ ଆଶୀର୍ବାଦ । ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ।

୨୦୨୧ ବିଶ୍ୱକପ ଚଳିତବର୍ଷ ଭାରତରେ ହେବାକୁ ଥିଲା । ହେଲେ କରୋନା ମବାମାରୀ ପାଇଁ ଏହା ୟୁଏଇରେ ଅନୁଷ୍ଠିତ ହେଉଛି । ତେଣୁ ଅନେକ ଭାରତୀୟ ଏହି ମ୍ୟାଚ ଦେଖିବାକୁ ବଞ୍ଚିତ ହେବେ । ତେଣୁ ଏହାକୁ ଆଖି ଆଗରେ ରଖି ଏଭଳି ଜର୍ସି ତିଆରି କରାଯାଇଛି । ଏହାଦ୍ୱାରା ଖେଳାଳିମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ ।