ଭାଇଜାନଙ୍କଠାରୁ କାହିଁକି ଦୂରେଇଗଲେ ଐଶ୍ୱର୍ଯ୍ୟା ! ସାମ୍ନାକୁ ଆସିଲା ସତ

Advertisment
ଭାଇଜାନଙ୍କଠାରୁ କାହିଁକି ଦୂରେଇଗଲେ ଐଶ୍ୱର୍ଯ୍ୟା ! ସାମ୍ନାକୁ ଆସିଲା ସତ

Photo Courtesy : https://i.ytimg.com/

ବାପାଙ୍କ ଦେହାନ୍ତ ପରେ ବିଉଟି କୁଇନ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ପ୍ରକାର ସଦମାରେ ଅଛନ୍ତି । ପୁରା ବଲିଉଡ ତାଙ୍କୁ ସମବେଦନା ଜଣାଇଥିବା କିନ୍ତୁ ପଛରେ ରହିଯାଇଛନ୍ତି ଭାଇଜାନ୍ । କାରଣ ଶୁଣିବାକୁ ମିଳିଛି ଉଭୟ ଅଲଗା ହେବାର କାରଣ ଥିଲେ ନିଜେ ଐଶ୍ୱର୍ଯ୍ୟାଙ୍କ ବାପା ।

ମିଡିଆ ରିପୋର୍ଟସ ମୂତାବକ, ସଲମାନଙ୍କ ଦବଙ୍ଗଗିରି ଯୋଗୁଁ ଉଭୟଙ୍କ ସଂପର୍କ ବେଶୀଦିନ ତିଷ୍ଠି ପାରିନଥିଲା । କାରଣ ଏହି ଦବଙ୍ଗଗିରି ଯୋଗୁଁ ଐଶ୍ୱର୍ଯ୍ୟାଙ୍କ ବାପା ସଲମାନଙ୍କୁ ପସନ୍ଦ କରୁନଥିଲେ । ତେବେ ଅଲଗା ହେବା ପରେ ୨୦୦୨ରେ ସଲମାନ୍ ଏକ ବିସ୍ପୋରକ ବୟାନ୍ ମଧ୍ୟ ଦେଇଥିଲେ । ସେ ବ୍ରେକ ଅପର କାରଣ ଐଶ୍ୱର୍ଯ୍ୟାଙ୍କ ବାପା ବୋଲି ଜଣାଇବା ସହ କହିଥିଲେ ‘ମୋ ବିଷୟରେ ଐଶ୍ୱର୍ଯ୍ୟାଙ୍କ ବାପା ପୁରା ଠିକ୍ ଭାବୁଥିଲେ’ ।

ଏହା ପରେ ଚର୍ଚ୍ଚା ହୋଇଥିଲା କି ଯେଉଁ ରାତିରେ ସଲମାନ୍ ଐଶ୍ୱର୍ଯ୍ୟାଙ୍କ ଘରକୁ ଯାଇ ତମାସା କରିଥିଲେ ସେବେଠାରୁ ହିଁ ଐଶ୍ୱର୍ଯ୍ୟାଙ୍କ ବାପା ଏହି ସଂପର୍କକୁ ବିରୋଧ କରିବା ଆରମ୍ଭ କରିଥିଲେ । ତେବେ ଦବଙ୍ଗ ହିରୋ ନିଜର ସବୁ ଭୁଲ୍ ସ୍ୱୀକାର ମଧ୍ୟ କରିଥିଲେ । କହିଥିଲେ ନିଜ ମୁର୍ଖାମୀ ପାଇଁ ହିଁ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ସଂପର୍କ ଭାଙ୍ଗି ଯାଇଥିଲା ।

ଏହା ସହ ଦେଖନ୍ତୁ ‘ସୋନି ମ୍ୟାକ୍ସ’ରେ ‘ସୂର୍ଯ୍ୟବଂଶମ୍’ ! ବାରମ୍ବାର ପ୍ରସାରଣ ପଛର ରହସ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe