କନକ ବ୍ୟୁରୋ: ତାମିଲନାଡୁ ମଦୁରାଇ ରେଲୱେ ଷ୍ଟେସନ ନିକଟରେ ଜଳିଗଲା ଟ୍ରେନ୍ । ଜୀଅନ୍ତା ପୋଡିଗଲେ ୧୦ ଯାତ୍ରୀ, ଗୁରୁତର ହେଲେ ୨୦ରୁ ଅଧିକ ଯାତ୍ରୀ । ଆଉ ସମସ୍ତେ ଜୀବନ ବଞ୍ଚାଇବାକୁ ବିକଳରେ ଟ୍ରେନରୁ ଡେଇଁପଡିଲେ । ଏସବୁ କିଛି ଯାତ୍ରୀଙ୍କ ଭୁଲରୁ ଘଟିଗଲା ।

Advertisment

ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ, କିଛି  ଯାତ୍ରୀ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ପ୍ରାଇଭେଟ୍ ପାର୍ଟି କୋଚରେ ଚଢିଥିଲେ । କଫି ବନାଇବାକୁ ଗ୍ୟାସ ଜଳାଇବା ସମୟରେ ଏହି ସିଲିଣ୍ଡର ଫାଟିଥିଲା । ଆଉ ଜଳିଯାଇଥିଲା ପୁରା ବଗି । ଏହି ଘଟଣା ଭୋ ପାଖାପାଖି ୫ଟା ୧୫ ସମୟରେ ଘଟିଥିଲା ।