ହମାସ ମୁଖ୍ୟ ଇସମାଇଲ ହାନିୟାକୁ ହତ୍ୟା ନେଇ ଇରାନର ବଡ଼ ଖୁଲାସା; ସର୍ଟ ରେଞ୍ଜ ପ୍ରୋଜେକ୍ଟାଲ ମିସାଇଲରେ କରାଯାଇଥିଲା ଟାର୍ଗେଟ୍

ହମାସ ମୁଖ୍ୟ ଇସମାଇଲ ହାନିୟାକୁ ହତ୍ୟା ନେଇ ଇରାନର ବଡ଼ ଖୁଲାସା; ସର୍ଟ ରେଞ୍ଜ ପ୍ରୋଜେକ୍ଟାଲ ମିସାଇଲରେ କରାଯାଇଥିଲା ଟାର୍ଗେଟ୍

କନକ ବ୍ୟୁରୋ: କେମିତି ମଲା ହମାସ ମୁଖ୍ୟ ଇସମାଇଲ୍ ହାନିଆ। ପ୍ରଥମ ଥର ପାଇଁ ଇରାନ ଏହାର ଖୁଲାସା କରିଛି। ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ମାମଲାରେ ଇରାନ ଅନେକ ଖୁଲାସା କରିଛି। ଇରାନ ସେନାର ଇସଲାମିକ୍ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ କହିଛନ୍ତି, ହାନିଆକୁ ମାରିବା ପାଇଁ ସାତ କିଲୋଗ୍ରାମ ୱାରହେଡ୍ ସହିତ କ୍ଷେପଣାସ୍ତ୍ର ବ୍ୟବହୃତ ହୋଇଥିଲା।

ଏହି ଆକ୍ରମଣରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଥିଲା। ସେହିପରି ଇରାନ ଭିତରୁ ତେହେରାନରେ ଥିବା ସରକାରୀ ଗେଷ୍ଟ ହାଉସରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଇସମାଇଲ ହାନିଆ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କ ସହିତ ରହିଥିଲେ। ଏହା ସହ ଇରାନ ମଧ୍ୟ କହିଛି ଯେ, ଇସ୍ରାଏଲକୁ ଏହି ଆକ୍ରମଣର ପରିଣାମ ଭୋଗିବାକୁ ପଡିବ। ହାନିଆ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ଉଭୟ ଇସ୍ରାଏଲ ଏବଂ ଆମେରିକାକୁ ଦାୟୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe