ଛେଳିର ଶରୀର, ଚେହେରା ଏଲନ୍ ମସ୍କଙ୍କର, ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ମୂର୍ତ୍ତି । କାରଣ କ’ଣ?

Advertisment
ଛେଳିର ଶରୀର, ଚେହେରା ଏଲନ୍ ମସ୍କଙ୍କର, ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ମୂର୍ତ୍ତି । କାରଣ କ’ଣ?

କନକ ବ୍ୟୁରୋ: ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ଏକ ବିଚିତ୍ର ପ୍ରତିମୂର୍ତ୍ତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଛେଳି ଶରୀର ସହ ଏଲନଙ୍କ ମୁଣ୍ଡକୁ ଯୋଡି ପ୍ରସ୍ତୁତ କରାଯାଇଛି ଏକ ବିଶାଳ ମୂର୍ତ୍ତି । ତାଙ୍କୁ ଉପହାର ଦେବାକୁ ତାଙ୍କର ପ୍ରଶଂସକମାନେ ଏହାକୁ ନିର୍ମାଣ କରିଥିବା ଜଣାପଡିଛି ।

ଲନଙ୍କ ସମର୍ଥକମାନେ ନିଜ ‘ହିରୋ’ଙ୍କୁ ସମ୍ମାନ ଦେବାକୁ ଯାଇ ୩୦ ଫୁଟ ଲମ୍ବର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ୫ କୋଟି ଟଙ୍କାରେ ନିର୍ମିତ ଏହି ମୂର୍ତ୍ତିକୁ ଏକ ରକେଟ ଉପରେ ସଂଲଗ୍ନ କରାଯାଇଛି । କାନାଡାର ମୂର୍ତ୍ତିକାର କେବିନ୍ ଓ ମିଶେଲ ଷ୍ଟୋନ ଆଉମିନିୟମର ଏହି ମୂର୍ତ୍ତିକୁ ତିଆରି କରିଛନ୍ତି । Elon GOAT Token ($EGT) ଏହି ପ୍ରତିମୂର୍ତ୍ତିର ପରିକଳ୍ପନା କରିଥିଲେ । ରିପୋର୍ଟ ମୁତାବକ, ଏହାକୁ ନଭେମ୍ବର ୨୬ ତାରିଖରେ ଟେସ୍ଲା ମୁଖ୍ୟାଳୟରେ ଏଲନଙ୍କୁ ଉପହାର ଭାବେ ଦିଆଯିବ ।

ଏକ ବିବୃତ୍ତିରେ $EGT କହିଛନ୍ତି, "ଅଧିକାଂଶ ଲୋକ ଭାବିଥିଲେ ଯେ ଆମେ ଏହା କେବେ କରିବୁ ନାହିଁ, କିନ୍ତୁ ନିର୍ମାଣର ଏକ ବର୍ଷ ପରେ, ଏହାକୁ ଏଲନଙ୍କ ଘରକୁ ଆଣିବାର ସମୟ । ଆମେ ବାଳକକୁ ଭେଟି ତାଙ୍କୁ ଦେବାକୁ ଚାହୁଁଛୁ । ବିବୃତ୍ତିରେ କୁହାଯାଇଛି, "କ୍ରିପ୍ଟୋକରେନ୍ସି ପ୍ରତି ତାଙ୍କର ଅନେକ ସଫଳତା ଏବଂ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆମେ ଏକ ସେମି-ଟ୍ରେଲର ପଛରେ ଏଲନ୍ ମସ୍କଙ୍କୁ ୬୦୦,୦୦୦ ଡଲାରର ସ୍ମାରକୀ ନିର୍ମାଣ କରିଥିଲୁ। ଯାହା ତାଙ୍କୁ ଉପହାର ଭାବେ ଦିଆଯିବ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe