ଖାଇବା ପରେ ଖଟା ହାକୁଟି ଆସି ଛାତି ଜଳାପୋଡା କରିବା ଭଳି ସମସ୍ୟା ଦେଖାଯାଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ ! ମିଳିବ ଆରାମ ।

215

ଖାଇବା ପରେ ହାକୁଡି ଆସିବା ଏକ ପ୍ରକାର ସାଧାରଣ କଥା କିନ୍ତୁ ଖଟା ହାକୁଟି ଆସିଲେ ଏହା ଶରୀର ପ୍ରତି କଷ୍ଟକର ହୋଇପଡେ । ଖଟା ହାକୁଟି ବାରମ୍ବାର ଆସୁଥିଲେ ପାଚନକ୍ରିୟା ପ୍ରଭାବିତ ହେବା , ଖାଦ୍ୟରେ ଅସମଞ୍ଜତା ଦେଖାଦେବା କିମ୍ବା ବିଳମ୍ବରେ ଖାଦ୍ୟ ଗ୍ରହଣ କରିବା ଭଳି କାରଣ ଦେଖାଯାଏ । ଗ୍ୟାସ୍ ସମସ୍ୟା ଥିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ତେବେ ଏହାର କାରଣ ତ ଅନେକ କିନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବେ କିପରି ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆପଣଙ୍କ ରୋଷେଇ ଘରେ ହିଁ ଏହି ସମସ୍ୟାର ସମାଧାନ ରହିଛି । ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ।

ଅଧିକ ତେଲମସାଲାଯୁକ୍ତ ଖାଦ୍ୟ ଖାଇବା,ସିଗାରେଟ୍ ମଦ ଆଦି ସେବନ କରିବା,ଦରକାରରୁ ଅଧିକ ଭୋଜନ ଖାଇବା,ବଦହଜମି ହେବା,ଅଧିକ ଚିନ୍ତାଗ୍ରସ୍ଥ ହେବା,ଠିକ୍ ସମୟରେ ଖାଦ୍ୟ ନଖାଇଲେ ଏଭଳି ସମସ୍ୟା ଦେଖାଯାଏ ତେବେ ଏଥିରୁ କିଭଳି ମୁକ୍ତି ପାଇବେ ଆସନ୍ତୁ ଜାଣିବା ।

୧ . ପାଣି ପିଅନ୍ତୁ – ଭୋଜନ ପରେ ଯଦି ଖଟା ହାକୁଟି ଆସୁଛି ତେବେ ତରବରରେ ପାଣି ନ ପିଇ ଧିରେ ଧିରେ ପିଅନ୍ତୁ ଆରାମ ମିଳିବ ।

୨ . ଅଳେଇଚ – ଖଟା ହାକୁଟି ଆସୁଥିଲେ ଦିନରେ ୩-୪ ଥର ଅଳେଇଚ ଚୋବାନ୍ତୁ ନଚେତ୍ ଏହାର ଚା’ପିଅନ୍ତୁ । ସମସ୍ୟା ଦୂର ହେବ ।

୩ . ଥଣ୍ଡା କ୍ଷୀର ଏବଂ ଲେମ୍ବୁ ରସ – ଖଟା ହାକୁଟି ଆସୁଥିଲେ ଲେମ୍ବୁ ରସକୁ ପିଇପାରିବେ ନଚେତ୍ ଥଣ୍ଡା କ୍ଷୀର ମଧ୍ୟ ପିଇପାରିବେ । ଏଥିରେ ହାକୁଟି ସମସ୍ୟା ବନ୍ଦ ହେବ ।

୪ . ଧନିଆ ପତ୍ର – ଖଟା ହାକୁଟି ଆସିବା କ୍ଷଣି ଧନିଆ ପତ୍ରକୁ ଚୋବାଇ ଖାଆନ୍ତୁ ହାକୁଟି ଦୂର ହେବ ।

୫ . ଲବଙ୍ଗ – ଗୋଟିଏ ଲବଙ୍ଗକୁ ନେଇ ପାଟିରେ ରଖି ଶୋଷିବା ଆରମ୍ଭ କରନ୍ତୁ ଖଟା ହାକୁଟି ଆସିବା ବନ୍ଦ ହେବ ।

୬ . ହେଙ୍ଗୁ ଗୁଣ୍ଡ – ପେଟ ସହ ଜଡିତ ଥିବା ବିଭିନ୍ନ ପ୍ରକାର ସମସ୍ୟା ପାଇଁ ହେଙ୍ଗୁ ଗୁଣ୍ଡ ଖକ୍ଟ୍ରୁବ୍ ଲାଭଦାୟକ ଥାଏ । ଗ୍ୟାସ୍, ଆସିଡିଟି ଏବଂ ଖଟା ହାକୁଟି ସମସ୍ୟା ଥିଲେ ଏହି ଗୁଣ୍ଡକୁ ପାଣିରେ ଗୋଳି ପିଅନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ତେବେ ଖାଇବା ପରେ ଜଲଦି ପାଣି ନପିଇ କିଛି ସମୟ ପରେ ପାଣି ପିଅନ୍ତୁ, ଅଧିକ ଚୁଇଙ୍ଗମ୍ ଚୋବାନ୍ତୁ ନାହିଁ ,ତେଲମସଲା ଖାଦ୍ୟ ଖାଇବା କମ୍ କରନ୍ତୁ,ମଦ,ସିଗାରେଟଠାରୁ ଦୂରେଇ ରୁହନ୍ତୁ , ଖାଦ୍ୟକୁ ଗିଳିବା ବଦଳରେ ଚୋବାଇ ଖାଆନ୍ତୁ,ଖାଇବା ପରେ କିଛି ସମୟ ବାହାରେ ବୁଲନ୍ତୁ,ଅତ୍ୟଧିକ ଥଣ୍ଡାପାନୀୟ ପିଇବା ଅଭ୍ୟାସ ବନ୍ଦ କରନ୍ତୁ ।