କନକ ବ୍ୟୁରୋ : ଚୀନର ମୋବାଇଲ ନିର୍ମାତା କମ୍ପାନୀ ରିଏଲମି ତାର ଏକ ନୂଆ ସ୍ମାର୍ଟଫୋନ ଏବେ ଲଂଚ କରିଛି । ରିଏଲମି-୧୦ର ୪ଜି ଭର୍ସନ ଆଜିଠାରୁ ବଜାରରେ ଉପଲବ୍ଧ ହୋଇଛି । ଏହି ମୋବାଇଲରେ ଆମୋଲେଡ ଡିସପ୍ଲେ ସହ ମିଡିଆ ଟେକ ହେଲିଓ ଜି୯୯ ପ୍ରୋସେସର ରହିଛି । ଏହି ଫୋନ ଏବେ ରିଏଲମି ଅଫିସିଆଲ ୱେବସାଇଟ ବ୍ୟତୀତ ଫ୍ଲିପକାର୍ଟରେ ମଧ୍ୟ ଉପଲବ୍ଧ ହେଉଛି । ଏହା ଧଳା ଓ କଳା ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି ।

Advertisment

ରିଏଲମି-୧୦ ୪ଜି ଫୋନର ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବା ବେଳେ ଏଥିରେ ୪ଜିବି ରୋମ ଓ ୬୪ଜିବି ଇଣ୍ଟରନାଲ ମେମୋରୀ ରହିଛି । ହେଲେ ଏହାର ଅନ୍ୟଏକ ଭାରିଆଣ୍ଟ ରେ ୮ଜିବି ରୋମ ସହିତ ୧୨୮ଜିବି ଇଣ୍ଟରନାଲ ମେମୋରୀ ରହିଛି । ଏହାର ଦାମ ୧୬,୯୯୯ ରଖାଯାଇଛି ।

ଏହି ଫୋନ ଦୁଇଟିକୁ ଆପଣ କମ୍ ଦାମରେ ମଧ୍ୟ କିଣିପାରିବେ । ଏଥିପାଇଁ ଆପଣ ରିଏଲମି ୱେବସାଇଟ କିମ୍ବା ଫ୍ଲିପକାର୍ଟ ମାଧ୍ୟମରେ କିଣିପାରିବେ । ଅନ୍ୟପଟେ ଯଦି ଆପଣ ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣୁଛନ୍ତି ତେବେ ଆପଣଙ୍କୁ ୧୦୦୦ଟଙ୍କା ଅଧିକ ଛାଡ ମିଳିବ ।

ଏହି ଫୋନର ଫ୍ରଣ୍ଟ କ୍ୟାମେରା ୧୬ ମେଗାପିକସେଲ ଥିବା ବେଳେ ଏହାର ବ୍ୟାଟେରୀ କ୍ଷମତା ୫ହଜାର ଏମଏଚ ରହିଛି । ଏହାସହ କମ୍ପାନୀ ଦାବି କରିଛି କି ଫୋନ ୨୮ ମିନିଟ ମଧ୍ୟରେ ୫୦ ପ୍ରତିଶତ ଚାର୍ଜ ହୋଇଯିବ । ଫୋନରେ ଏକ ୩.୫ଏମଏମର ଅଡିଓ ଜ୍ୟାକ୍ ମଧ୍ୟ ଦିଆଯାଇଛି ।