କନକ ବ୍ୟୁରୋ : ଗଦା ହୋଇଛି ବେଦାନ୍ତ କାରଖାନାରୁ ନିର୍ଗତ ହେଉଥିବା ଟନ ଟନ୍ ପାଉଁଶ। ଆଶ୍ଚର୍ୟ୍ୟର କଥା ହେଉଛି, ପାଉଁଶଗଦାକୁ ଲୁଚାଇବାକୁ ଯାଇ ମା’ଙ୍କ ନାଁରେ ଗଛ ଲଗାଇବା ପ୍ରକ୍ରିୟା ଆରମ୍ଭ କରିଛି ବେଦାନ୍ତ। ଯାହାକୁ ନେଇ ସ୍ଥାନୀୟ ଲୋକେ ଉଠାଇଛନ୍ତି ପ୍ରଶ୍ନ।

Advertisment

ଖୋଦ୍ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପଛପଟେ ବେଦାନ୍ତ ଯେଉଁଭଳି ପାଉଁଶ ଗଦାଉଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏସବୁ ବେଆଇନ୍। ସୂଚନା ଅନୁସାରେ, ବେଦାନ୍ତ ପାଖରେ ମାତ୍ର ୩ଟି ପାଉଁଶ ଡମ୍ପିଂ ରହିଛି। ଆଉ ବାକି ଯେଉଁ ସ୍ଥାନରେ ପାଉଁଶ ଗଦା ଯାଉଛି, ତାହା ବେଆଇନ ଭାବରେ ଚାଲିଥିବା ଅଭିଯୋଗ ହୋଇଛି। ଝାରସୁଗୁଡା ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ୧୦୦ରୁ ଊର୍ଦ୍ଧ୍ବ ପାଉଁଶ ଗଦା ଥିବା ଅନୁମାନ କରାଯାଇଛି।

ଝାରସୁଗୁଡା ଜିଲ୍ଲା ଭଳି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ବେଦାନ୍ତ ପକ୍ଷରୁ ବେଆଇନ ଭାବରେ ପାଉଁଶଗଦା ତିଆରି କରିଛି । ସମସ୍ତ ସ୍ଥାନରେ ଲୋଲ୍ୟାଣ୍ଡ ଫିଲିଂ ନାମରେ ବେଦାନ୍ତ ଏହି ପାଉଁଶ ପରିଚାଳନା କରୁଥିବା ଜଣାପଡିଛି । ବେଦାନ୍ତର ଏହି ବେଆଇନ କାର୍ୟ୍ୟକୁ ରାଜନୈତିକ ସଂରକ୍ଷଣ ମିଳିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଜୀବଜଗତ ପ୍ରତି ବିପଦ ଥିବା କହିଛନ୍ତି ସ୍ଥାନୀୟ ଲୋକେ।

ତେବେ ଏହି ବେଆଇନ୍ ପାଉଁଶଗଦା ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି କି ନାହିଁ, ତାହା ଉପରେ ରହିଛି ନଜର।