ଥାନାରେ କେମିତି ଚାଲିଛି ମୋ ସରକାର ଅଭିଯାନ । ସୂଚନା କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ଆଇ.ଜି, କହିଲେ, ଥାନାରେ ଆସୁଛି ସୁଧାର, ବଦଳୁଛି ପୁଲିସ ବାବୁଙ୍କ ଆଚରଣ ।

Advertisment
ଥାନାରେ କେମିତି ଚାଲିଛି ମୋ ସରକାର ଅଭିଯାନ । ସୂଚନା କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ଆଇ.ଜି, କହିଲେ, ଥାନାରେ ଆସୁଛି ସୁଧାର, ବଦଳୁଛି ପୁଲିସ ବାବୁଙ୍କ ଆଚରଣ ।

କନକ ବ୍ୟୁରୋ : କେମିତି ଚାଲିଛି ଫାଇଭ୍-ଟି । ଡାକ୍ତରଖାନା ଓ ଥାନା ଉପରେ ଏବେ ସରକାରଙ୍କ ନଜର । ଆଉ ପୁଲିସ ବାବୁଙ୍କ ଉପରେ ଫାଇଭ-ଟିର ଖଣ୍ଡା ଝୁଲୁଛି । ଥାନାକୁ ଆସୁଥିବା ଲୋକଙ୍କ ମତାମତ ଅନୁସାରେ କଡା କାର୍ଯ୍ୟାନୁଷ୍ଠାର ବି ସାମ୍ନା କରିବାକୁ ପଡୁଛି । ମିଳିଥିବା ସୂଚନା ଅନୁସାରେ, ଫାଇଭ୍-ଟି ପାଇଁ ୨୦ ଜଣ ନିଲମ୍ବିତ ହୋଇଥିବା ବେଳେ ୫୦ ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଛି ।

ଥାନାରେ ଏତଲା ଗ୍ରହଣ କରିବାରେ ସମସ୍ୟା ହେଲା କି? ପୁଲିସ୍ ସେବା ନେଇ ଆପଣ କେତେ ମାର୍କ ଦେବେ? ଥାନାରେ ପୁଲିସ ବାବୁଙ୍କ ବ୍ୟବହାର କେମିତ ଥିଲା? କଲସେଂଟର ବା ସୂଚନା କେନ୍ଦ୍ରରେ ପହଂଚି ସିଧାସଳଖ ଏମିତି କିଛି ପ୍ରଶ୍ନ ଜନତାଙ୍କୁ ପଚାରିବା ସହ ମତାମତ ଦେଇଛନ୍ତି ଆଇ.ଜି ରାଜେଶ କୁମାର । ରାଜ୍ୟରେ ଥାନାରେ ମୋ ସରକାର ଅଭିଯାନ ଲାଗୁ ହେବା ପରେ ଥାନାଗୁଡ଼ିକରେ ଲୋକ କେମିତି ସେବା ପାଉଛନ୍ତି, ତା’ର ରିୟଲିଟି ଚେକ୍ କରିଛନ୍ତି ଏସ୍.ସି.ଆର.ବି ଆଇ.ଜି ।

କଲସେଂଟର ଯାଇ ଅସଲ ସ୍ଥିତି ପରଖିବା ପରେ ଆଇ.ଜି. ରାଜେଶ କୁମାର କହିଛନ୍ତି ଫାଇଭ-ଟି ଲାଗୁ ହେବା ପରଠାରୁ ଥାନା ଗୁଡିକ କ୍ଷେତ୍ରରେ ଅନେକ ସୁଧାର ଆସିଛି । ଥାନା ବାବୁ ମାନେ ଖରାପ ବ୍ୟବହାର ଦେଖାଇବା ଭଳି ଅଭିଯୋଗ କମିବାରେ ଲାଗିଛି । ସେ ଆହୁରି କହିଛନ୍ତି-
- ବର୍ତ୍ତମାନ ସୁଦ୍ଧା ମୋଟ ୨୬ ହଜାର ୫ଶହ ଲୋକଙ୍କ ଫୋନ ଆସିଛି
- କାଁଭାଁ କେତେବେଳେ ପୁଲିସ୍ ସେବା ନେଇ ନକରାତ୍ମକ ପ୍ରତିକ୍ରିୟା ଆସିଛି
- ଥାନାବାବୁ ଲାଂଚ ମାଗିଲେ କିମ୍ବା ଖରାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେଉଛି
ବଡ଼ କଥା ହେଉଛି ମୋ ସରକାର ଅଭିଯାନ ଜରିଆରେ ଯେଉଁ ପୁଲିସ୍ କର୍ମଚାରୀମାନେ ଅତି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାକୁ ସମ୍ମାନିତ କରାଯାଉଥିବା ବେଳେ କାର୍ଯ୍ୟରେ ଅବହେଳା କରୁଥିବା ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସୂଚନା ଅନୁସାରେ
-ଫାଇଭ-ଟି ଲାଗୁ ହେବା ଠାରୁ ଏଯାଏଁ ୫୦ ଜଣ ଅଫିସରଙ୍କୁ ବଦଳି କରାଯାଇଛି
-୨୦ ଜଣ ଅଫିସରଙ୍କୁ ନିଳମ୍ବନ କରାଯାଇଛି
-୧୫ରୁ ଅଧିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe