କରୋନା ଆତଙ୍କ ଭିତରେ ଡାକ୍ତର ପାଲଟିଛନ୍ତି ଲୋକଙ୍କ ଆଶା ଓ ଭରସା: ରାତି ଅଧରେ ନୟାଗଡ ସ୍ୱାସ୍ଥ୍ୟ ସେବାର ସତ ପରଖିଲା କନକ ନ୍ୟୁଜ

244

କନକ ବ୍ୟୁରୋ: ଚାରି ଆଡେ କରୋନାର ଆତଙ୍କ । ଏବେ ଡାକ୍ତର ଏବେ ସମସ୍ତଙ୍କ ଆଶା ଓ ଭରସା । ଦିନ ହେଉ କି ରାତି, ଯେ କୌଣସି ସ୍ଥିତିରେ ଲୋକଙ୍କୁ ସେବା ଯୋଗାଉ ଥିବାରୁ ସେମାନଙ୍କୁ ଯୋଦ୍ଧାର ମାନ୍ୟତା ଦିଆଯାଇଛି । ତେବେ ରାତି ଅଧରେ କେମିତି ଚାଲିଛି ନୟାଗଡର ସ୍ୱାସ୍ଥ୍ୟ ସେବା । ଏହାର ସତ ପରଖିଥିଲା କନକ ନ୍ୟୁଜ ।

ସେପଟେ, କୋଭିଡ ପରିଚାଳନାକୁ ଶୃଙ୍ଖଳିତ କରିବା ସହ ଏହାର ମାନକୁ ଯାଂଚ କରିବା ପାଇଁ ପ୍ରତି ଜିଲ୍ଲାରେ ଗଢା ହେବ ସ୍ୱତନ୍ତ୍ର କମିଟି । ପ୍ରତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କମିଟି ଗଢା ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କୋଭିଡ୍ ମୃତ୍ୟୁ ଓ ରୋଗୀଙ୍କୁ ଉପଯୁକ୍ତ ସେବା ନେଇ ଅନୁଧ୍ୟାନ କରିବ ଏହି କମିଟି । ଏଥିପାଇଁ ଜିଲ୍ଲାପାଳ ବା ମ୍ୟୁନିସିପାଲ୍ଟି କମିଶନର ଅତିକମ୍ରେ ଅତିରିକ୍ତ ମାଜିଷ୍ଟ୍ରେଟ୍ ସ୍ତରରୁ ଅଧିକ ପାହ୍ୟାର ଅଧିକାରୀଙ୍କୁ ବାଛିବେ । ଫଳରେ ଘରୋଇ ଓ ସରକାରୀ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ମାନ ରକ୍ଷା ହୋଇପାରିବ । ତେବେ ରାଜ୍ୟ ସରକାର କୋଭିଡ୍ ଜନିତ ମୃତ୍ୟୁ ରୋକିବାକୁ ପ୍ରାଥମିକତା ହେଉଥିବା ବେଳେ ଏହି କମିଟି ଏହା ଉପରେ ଗୁରୁତ୍ୱ ଦେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।