ଏହି ଫଟୋ ପଛର ଖବର ଜାଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ ।

32

କିଛି ଦିନ ଧରି ଫେସବୁକରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି । ଏହି ମେସେଜ ଅନୁଯାୟୀ, ଜଣେ ହିନ୍ଦୁ ଲୋକର ଗାଈ ଟିଏ ଜଣେ ମୁସଲମାନ ଲୋକର ଚାଷ କ୍ଷେତକୁ ଚାଲିଗଲା । ଏହା ପରେ ସେହି ମୁସଲମାନ ଲୋକ ଜଣଙ୍କ ଗାଈଟିକୁ ମାରିଦେବା ସହ ସେହି ହିନ୍ଦୁ ଲୋକଟିକୁ ମଧ୍ୟ ମାରିଦେଲା । ଏପରିକି ହିନ୍ଦୁ ଲୋକଟିର ଏକ ଛୋଟ ନାତିକୁ ମଧ୍ୟ ତଣ୍ଟି ଚିପି ହତ୍ୟା କଲା । କିନ୍ତୁ ବାସ୍ତବରେ ଏଥିରେ କୌଣସି ସତ୍ୟତା ନାହିଁ ।

ତେବେ ଏହି ଭାଇରାଲ ମେସେଜରେ କିଛି ଫଟୋ ରହିଛି । ଆଉ ଏହି ଫଟୋରେ ଜଣେ ବୃଦ୍ଧ ଲୋକ ଲୁଙ୍ଗି ଏବଂ ଫିତା ଗଞ୍ଜି ପିନ୍ଧି ତଳେ ବସିଥିବାର ଦୃଶ୍ୟ ରହିଛି । ବୃଦ୍ଧ ଲୋକଟିର କପଡାରେ ରକ୍ତ ଲାଗିଛି । ତାଙ୍କ ପାଖରେ ଜଣେ ମହିଳା କୋଳରେ ଏକ ଛୋଟ ଛୁଆ ଧରି ରହିଛନ୍ତି । ସେମାନେ ତଳେ ବସିଥିବା ବେଳେ ଦୁଇଜଣ କାନ୍ଦୁଛନ୍ତି । ଏବଂ ତାଙ୍କ ଆଖପାଖରେ ବହୁୁତ ଲୋକ ମଧ୍ୟ ରହିଛନ୍ତି । କେବଳ ଫଟୋ ନୁହେଁ ଏହି ଫଟୋ ଭାଇରାଲ ହେବା ସହ ଏକ ଲମ୍ବା ଚଉଡା ମେସେଜ ମଧ୍ୟ ରହିଛି । ତେବେ ଜାଣନ୍ତୁ ଏହି ଭାଇରାଲ ମେସେଜରେ କଣ ରହିଛି ସତ୍ୟତା ।

ଭାଇରାଲ ହେଉଥିବା ଏହି ଫଟୋ ଗୁଡିକ ସତ୍ୟ ଅଟେ । କିନ୍ତୁ ଫଟୋ ସହ ଭାଇରାଲ ହେଉଥିବା ମେସେଜଟି ମିଛ ଅଟେ । ଛୋଟ ପିଲାଟିର ମୃତ୍ୟୁରେ ସେହି ବୃଦ୍ଧ ଲୋକ ଏବଂ ମହିଳାଜଣଙ୍କ କାନ୍ଦୁଛନ୍ତି । ସେହି ଫଟୋ ସତ ଅଟେ କିନ୍ତୁ ଫଟୋ ସହ ଯେଉଁ କାହାଣୀ ଯୋଡାଯାଉଛି ତାହା ମିଥ୍ୟା ଅଟେ । ତେବେ ପ୍ରକୃତ ଘଟଣା ହେଉଛି, ଏହା ବିହାରର ସିବାନ ଜିଲ୍ଲାର ଘଟଣା ଅଟେ । ଏହା ୨୪ ଅଗଷ୍ଟର କାହାଣୀ ଅଟେ । ସିବାନ ଜିଲ୍ଲାରେ ରସୁଲପୁର ନାମକ ଏକ ଗାଁ ଅଛି । ଗାଁରେ ଅବଧେଷ ଶର୍ମାଙ୍କ ପରିବାର ରୁହନ୍ତି । ଚାକିରି କରିବା ପାଇଁ ଅବଧେଷ ବିଦେଶରେ ରୁହନ୍ତି । ତେବେ ତାଙ୍କ ପୁଅ ଆର୍ୟନର ଦେହ ଖରାପ ହୋଇଥିଲା । ଚିକିତ୍ସା ପାଇଁ ପରିବାର ଲୋକେ ତାକୁ ଡାକ୍ଟର ଦିନେଶ ସିଂହଙ୍କ ନର୍ସିଂ ହୋମ ନେଇଯାଇଥିଲେ । ଯାଞ୍ଚ ପରେ ଜଣାପଡିଥିଲା ଯେ, ଆର୍ୟନକୁ ନିମୋନିଆ ହୋଇଛି । ଏହା ପରେ ସେ ଔଷଧ ଏବଂ ଇଞ୍ଜେକସନ୍ ପାଇଁ ଲେଖିଥିଲେ । କିନ୍ତୁ ଯେତେବେଳେ ଛୁଆଟିକୁ ଇଞ୍ଜେକସନ୍ ଦିଆଯାଇଥିଲା, ସେତେବେଳେ ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇଯାଇଥିଲା ।

ଏହା ପରେ ପରିବାର ଲୋକେ ପୁଣି ଥରେ ଛୁଆଟିକୁ ନେଇ ଡାକ୍ଟରଙ୍କ ପାଖକୁ ଯାଇଥିଲେ । କିନ୍ତୁ କମ୍ପାଉଣ୍ଡର ଛୁଆଟିକୁ ଦେଖିବାକୁ ମନା କରିଦେଇଥିଲା । ଏବଂ ପରିବାର ଲୋକଙ୍କୁ ହସ୍ପିଟାଲରୁ ଘଉଡାଇ ଦିଆଯାଇଥିଲା । ଏହା ପରେ ସେମାନେ ଛୁଆଟିକୁ ଧରି ସଦର ହସ୍ପିଟାଲକୁ ଯାଇଥିଲେ । ଏବଂ ସେଠାରେ ମଧ୍ୟ ଏମରଜେନ୍ସି ୱାର୍ଡ ଦାୟିତ୍ୱରେ ଥିବା ଡାକ୍ଟର ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଛୁଆଟିକୁ ଦେଖିନଥିଲେ । ଏବଂ ଅଧଘଣ୍ଟା ପରେ ଯେତେବେଳେ ସେ ଛୁଆଟିକୁ ଦେଖିଲେ ସେତେବେଳକୁ ଛୁଆଟି ମରିଯାଇଥିଲା । ଏହାପରେ ପରିବାର ଲୋକେ ଡାକ୍ଟର ଦିନେଶ ସିଂହଙ୍କ କ୍ଲିନିକରେ ପହଞ୍ଚିଥିଲେ । ଏବଂ ଛୁଆଟି ମରିବାର କାରଣ ଜାଣିବାକୁ ଚାହିଁଥିଲେ । କିନ୍ତୁ ପରିବାର ଲୋକଙ୍କୁ କେହି କିଛି କହିନଥିଲେ । ଓଲଟି ସେଠାରେ ତାଙ୍କୁ ମାରପିଟ୍ କରାଯାଇଥିଲା । ଏପରିକି ସେମାନଙ୍କ ଠାରୁ ଔଷଧ, ମୋବାଇଲ ଏବଂ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ନର୍ସିଂ ହୋମ କର୍ମଚାରୀ ଛଡାଇ ନେଇଥିଲେ । ଏହି ଘଟଣାରେ ନାରାଜ ହୋଇ ଉପସ୍ଥିତ ଲୋକମାନେ ନର୍ସିଂ ହୋମରେ ଭଙ୍ଗାରୁଜା କରିଥିଲେ । ଏହାପରେ ରାସ୍ତାରେ ହସ୍ପିଟାଲ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ଏହା ଥିଲା ପ୍ରକୃତ ଘଟଣା । ଲୋକମାନେ ସତ ନଜାଣି ଏହି ଭାଇରାଲ ମେସେଜଟିକୁ ସେୟାର କରିବାରେ ଲାଗିଛନ୍ତି ।