ଉତ୍ତରପ୍ରଦେଶର ସୋନଭଦ୍ର ନାମକ ଏକ ସ୍ଥାନରେ ରାମଲୀଳାରେ ଶ୍ରୀରାମ ଏବଂ ମାତା ସୀତାଙ୍କ ବିବାହର ଦୃଶ୍ୟ ଦେଖାଯାଉଥିôବା ବେଳେ ଏଥିରେ ଏକ ଦମ୍ପତୀକୁ ଶ୍ରୀରାମ ଏବଂ ସୀତାଙ୍କ ରୂପ ମନେକରି ତାଙ୍କ ବିବାହ କାର୍ଯ୍ୟକୁ ମଞ୍ଚରେ ହିଁ ସମ୍ପନ୍ନ କରାଗଲା । ଏଠାରେ ମା’ ସୀତାଙ୍କ ଭୂମିକାରେ ଆଦିବାସୀ ଯୁବତୀ ମମତା ଥିବାବେଳେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଜ୍ଞାନଚନ୍ଦ୍ର ଚିତ୍ରିତ ହୋଇଥିଲେ । ମିଛିମିଛିକା ରାମସୀତା ହୋଇଥିଲେ ହେଁ ଦୁହିଁଙ୍କ ବିବାହ ସତରେ ହୋଇଥିଲା ।
ଏହି ଐତିହାସିକ ବିବାହରେ ସାକ୍ଷୀ ରୁପେ ପୁରା ଗାଁ ଲୋକ ନବଦମ୍ପତୀଙ୍କୁ ଆଶିର୍ବାଦ ଦେଇଥିଲେ । ଗାଁ ଲୋକ ଏବଂ ରାମଲୀଳା କମିଟି ସଦସ୍ୟ ବରପକ୍ଷଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ମଞ୍ଚରେ ମା’ସୀତାଙ୍କ ଭୁମିକାରେ ଅବତୀର୍ଣ୍ଣ ହୋଇଥିବା ମମତା ବରମାଳ ପକାଇ ସ୍ୱାମୀଙ୍କ ସହ ବେଦୀରେ ବସିଥିଲେ । ରୀତିନୀତି ଅନୁସାରେ ବୈଦିକ ମନ୍ତ୍ରୋଚାରଣ ସହ ବିବାହ ସମ୍ପର୍ଣ୍ଣ କରାଯାଇଥିଲା । ଆଶିର୍ବାଦ ସ୍ୱରୁପ ଗାଁ ଲୋକ ଗରିବ ଆଦିବାସୀ ଝିଅଟିକୁ ସାଇକେଲ୍, ପଲଙ୍କ, ସୁନାମୁଦି, ଚେନ୍, ପାଉଁଜି, ବାସନକୁସନ, ନଗଦ ଧନ ଦେଇ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଦେଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/sssssssss.png)