ଶେଷରେ ମୁଖ୍ୟ ସ୍ରୋତକୁ ଫେରିଲା ମୋଗଲୀ, ସୁଟ୍ ବୁଟ୍ ପିନ୍ଧି ଯାଉଛି ସ୍କୁଲ

988

କନକ ବ୍ୟୁରୋ : ଆଫ୍ରିକା ଦେଶ ରୱଣ୍ଡାର ଜଞ୍ଜିମନ ଏଲି ନାମ ବେଶ୍ ପ୍ରସିଦ୍ଧ । ଜଞ୍ଜିମନଙ୍କୁ ବାସ୍ତବ ଜୀବନରେ ଲୋକମାନେ ମୋଗଲୀ ବୋଲି କହିଥାନ୍ତି । ଏହାର କାରଣ ହେଉଛି ଜଞ୍ଜିମନ ମଣିଷ ସଭ୍ୟତା ଛାଡି ପଶୁ ପକ୍ଷୀଙ୍କ ସହିତ ରହିଥାଏ । ଦୀର୍ଘଦିନ ଧରି ଜଙ୍ଗଲ ଓ ପଶୁ ପକ୍ଷୀଙ୍କ ସହିତ ରହିବା ଦ୍ୱାରା ତାର ଚାଲି ଚଳନ, ଆଚାର ବ୍ୟବହାର ପୁରା ପଶୁ ପକ୍ଷୀଙ୍କ ଭଳି ହୋଇଯାଇଥିଲା । ହେଲେ ଏବେ ଧିରେ ଧିରେ ଜଞ୍ଜମନ ସାଧାରଣ ଜୀବନକୁ ଫେରୁଛି । କେବଳ ସେତିକି ନୁହେଁ ଏବେ ସିଏ ସାଧାରଣ ପିଲାଙ୍କ ଭଳି ସୁଟ୍ ବୁଟ ପିନ୍ଧି ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି ।

‘ଦ ସନ ୟୁକେ’ ମୁତାବକ ଜଞ୍ଜମନ ଏଲିଙ୍କ ଜନ୍ମ ୧୯୯୯ ମସିହାରେ ହୋଇଥିଲା । ଜନ୍ମହେବା ପରେ ସେ ମାଇକ୍ରୋସେଫଲି ରୋଗରେ ପୀଡିତ ହୋଇଥିଲା । ଏହି ରୋଗରେ ପୀଡିତ ହେବା ପରେ ତା ଶରୀର ଗଠନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଏହି କ୍ରମରେ ତା’ର ମୁଣ୍ଡର ଆକାର ଶରୀରର ଅକାର ତୁଳନାରେ ଛୋଟ ହୋଇଯାଇଥିଲା । ଟିକେ ବଡ ହେବା ପରେ ଜଞ୍ଜମନ ଏକ ଭୟଙ୍କର ରୂପ ଧାରଣ କରିଥିଲା । ଏହାକୁ ନେଇ ଲୋକମାନେ ତାଙ୍କୁ ମୋଗଲି ବୋଲି ଚିଡାଇଲେ ।

ଏହାରି ମଧ୍ୟରେ ଜଞ୍ଜମନ ପରିବାର ଛାଡି ଜଙ୍ଗଲରେ ରହିବା ଆରମ୍ଭ କରିଥିଲା । ସେ ତାଙ୍କ ଜୀବନର ଅଧିକାଂଶ ସମୟ ଜଙ୍ଗଲରେ ବିତାଉଥିଲେ । ଘର ଲୋକ ଯେତେଚେଷ୍ଟା କଲେ ବି ସେ ବାରମ୍ବାର ଘର ଛାଡି ଜଙ୍ଗଲକୁ ପଳାଇଯାଉଥିଲା । ଛୋଟବେଳୁ ସେ ଜଙ୍ଗଲରେ ପଶୁ ପକ୍ଷୀଙ୍କ ସହ ରହିବାକୁ ପସନ୍ଦ କରୁଥିଲେ । କିଛିବର୍ଷ ସେ ଜଙ୍ଗଲରେ ବଣମଣିଷ ଭଳି ଜୀବନ ବିତାଉଥିଲେ । ଫଳରେ ଲୋକମାନେ ବାସ୍ତବ ଜୀବନରେ ତାକୁ ମୋଗଲୀ ବା ବଣ ମଣିଷ କରି ଚିଡାଉଥିଲେ ।

ଏନେଇ ଲୋକମାନେ କିଛିବର୍ଷ ପରେ ଜଞ୍ଜମନକୁ ଜଙ୍ଗଲରୁ ଘରକୁ ଫେରାଇ ଆଣିବାକୁ ଏକ ଯୋଜନା ପ୍ରସ୍ତୁତ କଲେ । ଏନେଇ ଆଫ୍ରିକୀୟ ଗଣମାଧ୍ୟମ ସହାୟତାରେ ଅର୍ଥ ଯୋଗାଡ କରିବା ଆରମ୍ଭ କରାଯାଇଥିଲା । ଦେଖିବାକୁ ମିଳିଥିଲା କି ସାରା ବିଶ୍ୱରୁ ତାଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ସହାୟତା ରାଶି ମିଳିବାରେ ଲାଗିଲା । ଏତେ ସହାୟତା ମିଳିଲା ଯେ ସେହି ଅର୍ଥରେ ଜଞ୍ଜମନ ଓ ତାଙ୍କ ମା ଆରାମରେ ଚଳିପାରିବେ ।

ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଜଞ୍ଜମନଙ୍କୁ ମିଳିଥିବା ସହାୟତା ରାଶିରେ ସେ ସାଧାରଣ ଜୀବନ ବଞ୍ଚିବାକୁ ପ୍ରୟାସ ଆରମ୍ଭ କରିଛି । କିଛି ଲୋକଙ୍କ ଦ୍ୱାରା ଜଞ୍ଜମନଙ୍କ ଆଡମିଶନ ଏକ ସ୍ୱତନ୍ତ୍ର ସ୍କୁଲରେ କରାଯାଇଛି । ଏବେ ଜଞ୍ଜମନ ସାର୍ଟ ପ୍ୟାଣ୍ଟ ସହ ବୁଟ୍ ପିନ୍ଧି ସ୍କୁଲ ବି ଯିବା ଆରମ୍ଭ କରିଛି । କହିରଖୁ କି ପୂର୍ବ ବର୍ଷ ଜଞ୍ଜମନଙ୍କ ଜୀବନକୁ ନେଇ ଏକ ଡକ୍ୟୁମେଣ୍ଟାରୀ ସିନେମା ବି ନିର୍ମାଣ କରାଯାଇଥିଲା