ନମସ୍କାର ଯୋଦ୍ଧା-ହାରିବ କରୋନା ଜିତିବା ଆମେ...କୋଭିଡ୍ ଯୋଦ୍ଧାଙ୍କୁ ଓଡିଶା କଳାକାରଙ୍କ ସଲାମ୍

Advertisment
ନମସ୍କାର ଯୋଦ୍ଧା-ହାରିବ କରୋନା ଜିତିବା ଆମେ...କୋଭିଡ୍ ଯୋଦ୍ଧାଙ୍କୁ ଓଡିଶା କଳାକାରଙ୍କ ସଲାମ୍

କନକ ବ୍ୟୁରୋ: କେହି ଜଣେ ବାହାରେ ଅଛି ବୋଲି, ଆଜି ଆମେ ଲକଡାଉନରେ ଘରେ ସୁରକ୍ଷିତ ଅଛେଟ୍ଟସେ ଡାକ୍ତର ହୁଅନ୍ତି କି ପୁଲିସଟ୍ଟସରକାରୀ କଳର ଅଧିକାରୀ ହୁଅନ୍ତୁ ଅବା ଝାଡ଼ୁଦାର। ପୁଣି ସମସ୍ତ ଖବରକୁ ତନ୍ନତନ୍ନ କରି ଲୋକଙ୍କ ପାଖରେ ପହଞ୍ଚାଉଥିବା ଗଣମାଧ୍ୟମ। କରୋନା ମହାମାରୀର ବିଭୀଷିକା ମନରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଘରେ ରହିଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି କୁହାଯାଉଛି। ମାତ୍ର ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ପରିବାରଠୁ ଦୂରରେ ରହି ନିଜର କର୍ତ୍ତବ୍ୟ କରୁଛନ୍ତି। କରୋନା ସହ ସାମ୍ନାସାମ୍ନି ମୁକାବିଲା ପାଇଁ ଆଗଧାଡ଼ିର ଯୋଦ୍ଧା ପାଲଟିଛନ୍ତି। ସେଇ ଅସଲ ନାୟକ ନାୟିକାମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ପାଇଁ ରୂପେଲି ପରଦାର ନାୟକ ନାୟିକାମାନେ ଗୀତରେ ଭେଟି ଦେଇଛନ୍ତି ଏକ ‘ନମସ୍କାର ଯୋଦ୍ଧା’  କାର୍ଯ୍ୟକ୍ରମ।

ଲଳିତେନ୍ଦୁ ଦାଶ ଏହି ଗୀତର ପରିକଳ୍ପନା କରିଥିବା ବେଳେ ରାକେଶ ଦୀକ୍ଷିତ ଏହାର କ୍ରିଏଟିଭ୍ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ଗୀତ, ସଂଗୀତ ସହ କଣ୍ଠଦାନ କରିଛନ୍ତି ଅମରେନ୍ଦ୍ର ମହାନ୍ତି। ହରପ୍ରସାଦ ମହାପାତ୍ର ଓ ଅଭିଜିତ ସିଂ ଏହାର ସଂଯୋଜନା କରିଛନ୍ତି। କ୍ରିଏଟିଭ ମିଡିଆ ପ୍ଲାନର ଭୂମିକା ତୁଲାଇଛନ୍ତି ପ୍ରଣୟ ଜେଠୀ। ଅନୁ ଚୌଧୁରୀ, ସବ୍ୟସାଚୀ, ଶ୍ରୀତମ, ହରି, ଦୀପକ ପରିଡ଼ା, ଦୀପକ ବାରିକ, ଭୂମିକା, ସୁକାନ୍ତ ରଥ, ଅଖିଳ, ଶୁଭାଶିଷ, ସମ୍ବିତ, ତମନ୍ନା, ଶୀତଲ ପାତ୍ର, ପୁନମ ମିଶ୍ର, ସୋନା, ରାଗିଣୀ, ସୁପ୍ରିୟା, ରୋଜି, ସ୍ବପ୍ନା ପତି, ଉପାସନା, ବିଦୁସ୍ମିତା, ଦେବଜାନୀ, ବବଲି, ଲକ୍ଷ୍ମୀପ୍ରିୟା, ଛନ୍ଦିତା, ଆମନା, ପ୍ରଣୟ, କଳ୍ପନାଙ୍କ ଅଭିନୀତ ଏହି ପ୍ରେରଣାଦାୟୀ ଭିଡିଓଟି ସଂପ୍ରତି କରୋନା ମୁକାବିଲାରେ ନିୟୋଜିତ ସେଇ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସମର୍ପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe