କନକ ବ୍ୟୁରୋ: କ୍ରିକେଟ୍ ଏକ ଏମିତି ଖେଳ ଯାହା ଗଳିଠୁ ସହର ସବୁଠି ପରିଚିତ । ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଏକ ଗ୍ରାଉଣ୍ଡର ଆବଶ୍ୟକ ଥାଏ । ଆଉ ସେହି ଗ୍ରାଉଣ୍ଡ ପଛର ହିରୋଙ୍କ ବିଷୟରେ ହୁଏତ ଆପଣ ଜାଣିନଥିବେ । ହେଲେ ବାରବାଟୀ କ୍ରିକେଟ ଗ୍ରାଉଣ୍ଡ ପାଇଁ ବରଦାନ ସାଜି ନିଜକୁ ସର୍ମପିତ କରିଛନ୍ତି ଶରତ ଚନ୍ଦ୍ର ସାହୁ । ବୟସ ୬୫ ହୋଇଥିଲେ ବି ବାରବାଟୀ ପଡ଼ିଆକୁ ସଜାଡ଼ିବାରେ ଶରତଙ୍କୁ ଏହା ବାଧା ଦେଇ ପାରିନି ।
ବାରବାଟୀର ବାବାଜୀ ଶରତ ସାହୁ। ବୟସ ୬୫ ଛୁଇଁଲାଣି ହେଲେ ଏବେବି ଥକି ନାହାଁନ୍ତି ସେ । ୧୯୯୩ ମସିହାରୁ ବାରବାଟୀରେ ବିଭିନ୍ନ ଫର୍ମାଟର କ୍ରିକେଟ ପାଇଁ ପିଚ୍ ତିଆରି କରିଥିବା ଶରତ ଏବେ ଆସନ୍ତା ଦିନିକିଆ ପାଇଁ ପୁରା ବ୍ୟସ୍ତ । ବାରବାଟୀ ପିଚରେ ରୋଲର ସହିତ ପିଚ୍ ତଦାରଖ କରି ସଜାଡୁଛନ୍ତି ଶରତ ।
ତେବେ ପରିବାରର ଆର୍ଥିକ ବୋଝ ଯୋଗୁଁ ୧୫ ବର୍ଷ ବୟସରେ ଇଡେନ ଗାଡେନରେ ପିଚ୍ ତିଆରି କାମରେ ସହଯୋଗୀ ଭାବେ କାମ କରିଥିଲେ । ଏହାର କିଛି ବର୍ଷ ପରେ ୧୯୯୩ ମସିହାରେ ଓସିଏ ପକ୍ଷରୁ ତାଙ୍କୁ ବାରବାଟୀରେ ପିଚ୍ ତିଆରି କରିବାର ସୁଯୋଗ ମିଳିଥିଲା । ଆଉ ସେବେଠାରୁ ବାରବାଟୀରେ ବିଭିନ୍ନ ଫର୍ମାଟର କ୍ରିକେଟ ପାଇଁ ପିଚ୍ ତିଆରି କରିଛନ୍ତି ଶରତ । ଏପରିକି ବାରବାଟୀରେ କିଛି ହାଇ ସ୍କୋରିଂ ମ୍ୟାଚ୍ ପଛର ଗ୍ରାଉଣ୍ଡ ହିରୋ ହେଉଛନ୍ତି ୬୫ ବର୍ଷୀୟ ଶରତ ।
ଏତେ ବୟସରେ ଵି ଆଉ କେତେଦିନ ବାରବାଟୀ ସେବାରେ ନିଜକୁ ବାରବାଟୀରେ କିଛି ହାଇ ସ୍କୋରିଂ ମ୍ୟାଚ୍ ପଛର ବ୍ୟାକଗ୍ରାଉଣ୍ଡ ହିରୋ ହେଉଛନ୍ତି ୬୫ ବର୍ଷୀୟ ଶରତ। ଏତେ ବୟସରେ ଵି ଆଉ କେତେଦିନ ବାରବାଟୀ ସେବାରେ ନିଜକୁ ନିୟୋଜିତ ରଖିପାରିବେ ବୋଲି ପ୍ରଶ୍ନରେ ଶରତ କୁହନ୍ତି ଖେଳ କୁ ଭଲ ପାଏ ତେଣୁ ବୟସ ରୋକିପାରିନି ଯେତେଦିନ ଯାଏଁ ଓସିଏ ସୁଯୋଗ ଦେବ ବାରବାଟୀ ପିଚ୍ ପାଇଁ କାମ କରିବି।
ଶରତଙ୍କ ତିଆରି ପିଚରେ ମ୍ୟାଚ୍ ଖେଳିବାର ଅନୁଭୁତିରୁ ଓଡ଼ିଆ କ୍ରିକେଟର ପବନ ଅଗ୍ରୱାଲ କୁହନ୍ତି... ଅନେକ ସମୟରେ ରଣଜୀ ମ୍ୟାଚ୍ ଶେଷରେ ଆମେ ସବୁ ପ୍ଲେୟାର ମିଶି ଶରତଙ୍କୁ ଖୁସିରେ କିଛି ପାରିଶ୍ରମିକ ଦେଉ। ୬୫ ବର୍ଷ ବୟସରେ ଶରତ ପିଚ୍ ବାହାରେ ରହି ହାଫ୍ ସେଂଚୁରି କରି ସାରିଲେଣି। ତାଙ୍କ ହାତ ତିଆରି ପିଚ ରେ ଆନ୍ତର୍ଜାତୀୟ ଦିନିକିଆରେ ଆଝାରୁଦ୍ଦିନ ଯାଡ଼େଯା ଧୋନି ଯୁବରାଜ ଙ୍କ ଭଳି ଖେଳାଳୀ ବିଶାଳ ସ୍କୋର କରିଛନ୍ତି। ତେଣୁ ଦୀର୍ଘ ବର୍ଷ ଧରି ବାରବାଟୀ କୁ ସେବା ଯୋଗାଇ ଆସୁଥିବା ଏହି ଶରତ ନିଶ୍ଚୟ ସମ୍ମାନର ହକଦାର। ଖେଳ ପ୍ରତି ଭଲ ପାଇବା ଯୋଗୁଁ ଶରତଙ୍କ ପାଖେ ବୟସ ସତେ ଯେମିତି ହାର ମାନିଛି। ଆଉ ବାରବାଟୀର ବାବାଜୀ ଶରତ ଏବେ ତାଙ୍କ ଆସନ୍ତା ଲକ୍ଷ ଆର୍ଥାତ୍ ଖେଳାହେବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ଶରତ ଏବେ ପିଚ୍ ତିଆରି କାମରେ ପୁରା ବ୍ୟସ୍ତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Hero.jpg)