କନକ ବ୍ୟୁରୋ: ସାରା ରାଜ୍ୟରେ ଚାଷୀ ଧାନ ଅମଳ କଲାଣି, ମଣ୍ଡି ଖୋଲିଲେ ବିକ୍ରି କରିବାକୁ ଅପେକ୍ଷା କରିଛି । କିନ୍ତୁ ଏତିକି ବେଳେ ସାଟେଲଇଟ୍ ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ପ୍ରକୃତ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ନକଲି ଜମି ଓ ନକଲି ଚାଷୀ ଚିହ୍ନଟ ହେବା ପରେ ତାର ଯାଂଚ ପାଇଁ ଧାନ ବିକ୍ରି ପ୍ରକ୍ରିୟା ବିଳମ୍ବିତ ହୋଇପାରେ ଆଶଙ୍କ କରିଛନ୍ତି ଚାଷୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ସାଟେଲାଇଟ୍ ସର୍ଭେରୁ ହଜାର ହଜାର ନକଲି ଚାଷୀ, ଚାଷ ନକରି ନକଲି ପଟା ଦାଖଲ କରି ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିବା ଜଣାପଡିବା ପରେ, ଚିନ୍ତାରେ ପଡିଛନ୍ତି ଅସଲି ଚାଷୀ । ମିଛ ଜମି, ମିଛ ଚାଷ ଦେଖାଇଥିବାରୁ ଟୋକନ ମିଳିବା ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା କରିିଛନ୍ତି ଚାଷୀ । ଅମଳ ଧାନ କେମିତି ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।
ସାଟେଲାଇଟ୍ ସର୍ଭେରୁ ପ୍ରାୟ ୫୦ ହଜାର ୫୫୯ଟି ଜମି ସନ୍ଦେହ ଘେରକୁ ଆସିିଛି । ତେଣୁ ବାସ୍ତବରେ ସେହି ଜମିରେ ଚାଷ ହୋଇଥିଲା କି ନାହିଁ ତାହା ଜାଣିବା ପାଇଁ ସେହି ସବୁ ଜମିର ଯାଂଚ କରିପାରେ କୃଷି ବିଭାଗ । ଆଉ ଏହି ଯାଂଚ ପାଇଁ ଧାନକିଣା ପକ୍ରିୟା ବିଳମ୍ବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ଥିପାଇଁ କିଛି ଦଲାଲ ଓ ଅଫିସରଙ୍କ ଅସାଧୁ ମେଂଟକୁ ଦାୟୀ କରିଛନ୍ତି ଚାଷୀ ସଂଗଠନ । ଦୋଷ ଯାହାର ବି ହେଉ, ବିଚରା କୃଷକ ହିଁ କ୍ଷତି ସହିବା ଏକପ୍ରକାର ସ୍ପଷ୍ଟ ବୋଲି ଆଶଙ୍କା କରିଛନ୍ତି ଚାଷୀ ନେତା ।