ପୁଣି ଥରେ ସାମନାକୁ ଆସିଲା ପୋଲିସର ଅମାନବୀୟ କାଣ୍ଡ । ଅଭିଯୁକ୍ତକୁ ଜେଲ ପଠାଇବା ପରିବର୍ତ୍ତେ ଦୁଷ୍କର୍ମ ପୀଡିତାଙ୍କୁ ପଠାଇ ଦେଲେ ଜେଲ

33

କନକ ବ୍ୟୁରୋ : କିଛି ଦିନ ହେବ ଉତ୍ତରପ୍ରଦେଶରେ ଘଟୁଥିବା ଘଟଣାକୁ ନେଇ ଯୁପି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଉତ୍ତରପ୍ରଦେଶର ମେରଠରେ ପୁଲିସର ଏକ ନୂଆ କାରନାମା ଦେଖିବାକୁ ମିଳିଛି । ପୋଲିସ ଦୁଷ୍କର୍ମର ୫ମାସ ପରେ ଅଭିଯୁକ୍ତକୁ ଗିରଫ କରି ନ ଥିବା ବେଳେ ୫ମାସ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗିରଫ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ, କଙ୍କରଖେଡ଼ା ଥାନାରେ ୫ମାସ ତଳେ ଜଣେ ବ୍ୟକ୍ତି ତାଙ୍କ ଝିଅ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିବା ବେଳେ ନ୍ୟାୟ ପାଇଁ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି କହିଥିଲେ ।

 

କିନ୍ତୁ ଅଭିଯୋଗ କରିବାକୁ ୫ମାସ ହୋଇ ଯାଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ ନ କରିବା ସହ ଚାର୍ଜସିଟ୍ ମଧ୍ୟ ଦାଖଲ କରି ନଥିଲା । ଶନିବାର ଅଭିଯୁକ୍ତ ନିଜର କିଛି ସାଥୀଙ୍କୁ ନେଇ ପୀଡ଼ିତାଙ୍କ ଘରେ ପହଞ୍ଚିବା ସହ ତାଙ୍କ ଘରେ ହଙ୍ଗାମା କରିଥିଲେ । ସେଠାରେ ପୁଲିସ ପହଞ୍ଚିବା ପରେ ଦୁଇ ପକ୍ଷରୁ ଲୋକଙ୍କୁ ଗିରଫ କରିଥିବା ବେଳେ ସେ ମଧ୍ୟରେ ଦୁଷ୍କର୍ମ ପୀଡ଼ିତା ମଧ୍ୟ ଥିବା ଜଣା ପଡ଼ିଛି । ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତର ପରିବାର ସହ ମିଶି ଏପରି କରିଥିବା କହିଛନ୍ତି ପୀଡ଼ିତାଙ୍କ ପରିବାର ।