କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପାୱାର ପଏଂଟ ପ୍ରେଜେନଟେସନ ଦିଆଯାଇଛି । ଏହି ଅବସରରେ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ସହ କେନ୍ଦ୍ର ସତର୍କତାର ସହ ମୁକାବିଲା କରୁଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ସ୍ଥିତି ଭଲ ରହିଛି ।
ବୈଠକକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପରିଚାଳନା କରିଥିବା ବେଳେ ରାଜ୍ୟସଭା ନେତା ପିୟୁଷ ଗୋୟଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ରହିଥିଲେ । ସେହିପରି ଏହି ସର୍ବଦଳୀୟ ବୈଠକକୁ କଂଗ୍ରେସ ସମେତ ଆରଜେଡି, ଶିରୋମଣି ଆକଳି ଦଳ, ସିପିଏମ ବହିଷ୍କାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/modi.jpg)