କନକ ବ୍ୟୁରୋ : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ୍ ଫ୍ରମ୍ ଦି ଶ୍ରୀମଦ୍ ଭାଗବତ’ ପୁସ୍ତକ ଲୋକର୍ପିତ ହୋଇଛି । ଦୀର୍ଘ ବର୍ଷ ଧରି ଶ୍ରୀମଦ୍ ଭାଗବତକୁ ସମସାୟିକ ପାଠକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ଉଦ୍ୟମ କରିଛନ୍ତି ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକ ।

Advertisment

ଓଡ଼ିଶା ପ୍ରେସ୍ କ୍ଲବ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ପଦ୍ମଭୂଷଣ ରମାକାନ୍ତ ରଥ ଏହି ପୁସ୍ତକ ଲୋକାର୍ପିତ କରିଛନ୍ତି । ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସମେତ ସଂସ୍କୃତର ମୂଳ ସ୍କନ୍ଧଗୁଡ଼ିକର ଇଂରାଜୀ ବ୍ୟାଖ୍ୟା ରହିଛି । ଭୁବନେଶ୍ୱର ସ୍ଥିତ ଧଉଳି ବୁକ୍ସ ଦ୍ୱାରା ପୁସ୍ତକଟି ପ୍ରକାଶିତ ହୋଇଥିବା ବେଳେ ଆମାଜନ୍ ଜରିଆରେ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଏହା ଉପଲବ୍ଧ ବୋଲି ପ୍ରକାଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

କାର୍ଯ୍ୟକ୍ରମରେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ବିଶିଷ୍ଟ ଐତିହାସିକ ଡକ୍ଟର ନିବେଦିତା ମହାନ୍ତି, ସୃଜନିକାର ପ୍ରତିଷ୍ଠାତା ଡକ୍ଟର ନିଖିଳ ମୋହନ ପଟ୍ଟନାୟକ ପ୍ରମୁଖ ପୁସ୍ତକ ବିଷୟରେ ଆଲୋଚନା କରିଥିଲେ ।