କନକ ବ୍ୟୁରୋ: ଗୋଟିଏ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ ଓ ସ୍ୱାସ୍ଥ୍ୟସେବା । ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ କୋଟେଦୁରୁ ବନ୍ଧ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଗାଁରେ ସ୍କୁଲ ଘର କି ଅଙ୍ଗନୱାଡି କେନ୍ଦ୍ର ନାହିଁ ଯାହା ପାଇଁ ସ୍କୁଲ କମିଟି ସଭାପତିଙ୍କ ବାରଣ୍ଡାରେ ପାଠପଢ଼ୁଛନ୍ତି ପିଲା । ସେହିପରି ଚିକିତ୍ସା ପାଇଁ ମଧ୍ୟ ଗାଁରେ କୌଣସି ସ୍ଥାୟୀ ସୁବିଧା ନାହିଁ । ସେହି ବାରଣ୍ଡାରେ ଗାଁର ଲୋକଙ୍କ ଚିକିତ୍ସା ମଧ୍ୟ କରାଯାଏ । ପିଲାମାନେ ହୁଅନ୍ତୁ କି ରୋଗୀ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାରେ ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନାହିଁ ।
ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଗୋଟିଏ ବାରଣ୍ଡାରେ ଚାଲିଛି ପାଠପଢା ସହ ରୋଗୀଦେଖା।
/kanak/media/post_attachments/wp-content/uploads/2022/11/vlcsnap-2022-11-16-17h59m25s068.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)