ଭୁବନେଶ୍ୱର ଆଇଆଇଟିରେ ଅତ୍ୟାଧୁନିକ ପ୍ରଣାଳୀରେ ଶିକ୍ଷାଦାନ : ଶତ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ

ଭୁବନେଶ୍ୱର ଆଇଆଇଟିରେ ଅତ୍ୟାଧୁନିକ ପ୍ରଣାଳୀରେ ଶିକ୍ଷାଦାନ : ଶତ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ

କନକ ବ୍ୟୁରୋ: ଭୁବନେଶ୍ୱର ଆଇଆଇଟିରେ ଚାଲିଛି ଅତ୍ୟାଧିୁନିକ ପ୍ରଣାଳୀରେ ଶିକ୍ଷାଦାନ । ଏଥିରେ ୪୦ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ୍ କ୍ଲାସରେ ଯୋଗ ଦେଇ ଉପକୃତ ହେବା ସହ ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀ ମଧ୍ୟ ସମାନ ଭାବେ ଉପକୃତ ହୋଇପାରିବେ । ଅନ୍ୟ ଅର୍ଥରେ ଆଇଆଇଟିରେ ଆରମ୍ଭ ହୋଇଥିବା ହାଇବ୍ରିଡ ମୋଡ ଶିକ୍ଷା ପ୍ରଣାଳୀରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ଛାତ୍ରଛାତ୍ରୀ ପଢିପାରିବେ । ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ସଂଲଗ୍ନ ଥିବା ନବନିର୍ମିତ ପୁଷ୍ପଗିରି ଲେକଚର ହଲ କମ୍ପେ୍ଲକ୍ସ (ପିଏଲଏଚସି)ରେ ଏହି ହାଇବ୍ରିଡ୍ ମୋଡ୍ କ୍ଲାସର ପ୍ରସାରଣ ହେଉଛି ।

ଏହି ଶିକ୍ଷା ବ୍ୟବସ୍ଥା ଅନୁସାରେ ଯେଉଁମାନେ ଶ୍ରେଣୀରେ ଉପସ୍ଥିତ ଅଛନ୍ତି ସେମାନେ ପୂର୍ବପରି କୌଣସି ପ୍ରଶ୍ନ ପଚାରିପାରିବେ । ଏବଂ ଶିକ୍ଷକଙ୍କ ସହ ଆଲୋଚନା କରିପାରିବେ । ଦୂରରେ ରହି ଅଫଲାଇନ୍ କ୍ଲାସ୍ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ସୁବିଧା ନେଇପାରିବେ । ଲାଇଭ୍ ଷ୍ଟ୍ରିମ୍ ଭର୍ଚୁଆଲ ମୋଡରେ ଏହି ପ୍ରଶ୍ନୋତ୍ତର ପ୍ରକ୍ରିୟାରେ ଭାଗ ନେଇପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଶିକ୍ଷା ପ୍ରଣାଳିକୁ ନିରାପଦ ରଖିବା ପାଇଁ ଆଇଆଇଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ନିର୍ଦ୍ଧାରଣ କରାଯାଇଛି । ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ମାନି ଶିକ୍ଷା ବ୍ୟବସ୍ଥାକୁ ସୁଗମ କରିବା ସହ କ୍ୟାମ୍ପସକୁ କୋଭିଡ ଠାରୁ ଦୂରେଇ ରଖିବାକୁ ସହଯୋଗ କରୁଥିବା କହିଛନ୍ତି ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।ଏହା ଅଧିନରେ ସାମାଜିକ ଦୂରତା ରକ୍ଷା, ବାଧ୍ୟତାମୂଳକ ମାସ୍କ ପିନ୍ଧିବା ପରି ନିୟମକୁ କଡାକଡି କରାଯାଇଛି ।

ସଠିକ୍ ଶିକ୍ଷା ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ଓ ଆସନ ସ୍ଥିର କରାଯାଇଛି ।
ଭେଣ୍ଟିିଲେସନ୍ ପାଇଁ ହଲରେ ଆବଶ୍ୟକ ବ୍ୟବସ୍ଥା କରାଯିବ ।
ଛାତ୍ରଛାତ୍ରୀମାନେ ବସ୍ କିମ୍ବା କୌଣସି ସାର୍ବଜନୀନ ପରିବହନରୁ ଦୂରେଇ ରହି ସାଇକେଲରେ ହିଁ କ୍ୟାମ୍ପସକୁ ଆସିବାକୁ ନିର୍ଦ୍ଦେଶ ରହିଛି ।

ସମୁଦାୟ ଉପସ୍ଥିତ ଛାତ୍ରଙ୍କୁ ଦୁଇ ତୃତୀୟାଂଶରେ ବିଭକ୍ତ କରାଯାଇଛି । ଶିକ୍ଷକ ଗୋଟିଏ କ୍ଲାସରେ ରହି ହାଇବ୍ରିଡ ମୋଡରେ କ୍ଲାସ ନେବେ ହେଲେ ଏହାକୁ ପ୍ରୋଜେକ୍ଟର ମାଧ୍ୟମରେ ପ୍ରତି ହଲରେ ଥିବା ଛାତ୍ରଛାତ୍ରୀମାନେ ପାଇପାରିବେ ଓ ପ୍ରଶ୍ନ ପଚାରିପାରିବେ । ଚଳିତ ବର୍ଷ ବ୍ୟାଚର ୪୮୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ପ୍ରତିଶତ କୋଭିଡ୍ ଟିକା ନେଇସାରିଛନ୍ତି । ବାକି ଛାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଟିକାକରଣ କରାଯିବ । ଏବଂ ମାସେ ଦୁଇ ମାସ ଭିତରେ ୧୦୦ ପ୍ରତିଶତ ଛାତ୍ର ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe