ମାନବ ସଭ୍ୟତା ଓ ସୂର୍ଯ୍ୟପରାଗ। କେବେ ଠାରୁ ସୂର୍ଯ୍ୟପରାଗ ନେଇ ରହିଛି ତଥ୍ୟ ପଢନ୍ତୁ...

ମାନବ ସଭ୍ୟତା ଓ ସୂର୍ଯ୍ୟପରାଗ। କେବେ ଠାରୁ ସୂର୍ଯ୍ୟପରାଗ ନେଇ ରହିଛି ତଥ୍ୟ ପଢନ୍ତୁ...

କନକ ବ୍ୟୁରୋ: ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ । ୧୩ଶହ ବର୍ଷ ପରେ ଦୀପାବଳି ଅମାବାସ୍ୟାରେ ଲାଗୁଛି ସୂର୍ଯ୍ୟପରାଗ । ନାସାର ସୂଚନା ଅନୁଯାୟୀ ୫ହଜାର ବର୍ଷ ପୂର୍ବେ ମଣିଷ ସୂର୍ଯ୍ୟପରାଗ ବିଷୟରେ ପ୍ରଥମେ ଜାଣିବାକୁ ପାଇଥିଲା । ଆଇଲ୍ୟାଣ୍ଡରେ ସାଢେ ୩ହଜାର ବର୍ଷ ପୂର୍ବେ ୩୦ ନଭେମ୍ବରରେ ଲାଗିଥିବା ପରାଗ ସମ୍ପର୍କରେ ତଥ୍ୟ ମିଳେ । ସାଢେ ୩ହଜାର ବର୍ଷ ପୂର୍ବ ସୂର୍ଯ୍ୟପରାଗ ନେଇ ରହିଛି ଐତିହାସିକ ପଥର । ୪୧୫୮ ବର୍ଷ ପୂର୍ବେ ଚୀନ୍ ରାଜା ଚୁଙ୍ଗ କାଙ୍ଗ ନିଜ ଦରବାରରେ ସୂର୍ଯ୍ୟପରାଗ ଉପରେ ଗବେଷଣା କରିବା ପାଇଁ ୨ ଗବେଷକଙ୍କୁ ନିଯୁକ୍ତ କରିଥିଲେ । ୨ ଗବେଷକ ସୂର୍ଯ୍ୟଙ୍କୁ ଲାଗୁଥିବା ଗ୍ରହଣ ବିଷୟରେ ତଥ୍ୟ ଯୋଗାଇ ନପାରିବାରୁ ରାଜା ଚୁଙ୍ଗ କାଙ୍ଗ ଦୁହିଁଙ୍କ ମୁଣ୍ଡ କାଟ କରିଥିଲେ । ବେବିଲୋନ ସଭ୍ୟତାରେ ସୂର୍ଯ୍ୟପରାଗ ନେଇ ମଧ୍ୟ ତଥ୍ୟ ରହିଛି । ୩,୪୦୦ବର୍ଷ ପୂର୍ବେ ପରାଗ ହୋଇଥିବା ନେଇ ପଥରରେ ଖୋଦିତ ହୋଇ ରହିଛି ତଥ୍ୟ ।

ପ୍ରାଚୀନ ୟୁନାନ ସଭ୍ୟତାରେ ବି ସୂର୍ଯ୍ୟପରାଗ ନେଇ ପ୍ରମାଣ ରହିଛି । ୪ ହଜାର ବର୍ଷ ପୂର୍ବେ ୬ ଏପ୍ରିଲରେ ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଥିବା ନେଇ ୟୁନାନି କବି ଆକ୍ରିଲୋଚୁସ୍ ନିଜ କବିତାରେ ଉଲ୍ଲେଖକରିଛନ୍ତି । କବି ଆକ୍ରିବୋଚୁସ୍ ଲେଖିଥିଲେ, ସୂର୍ଯ୍ୟକୁ ଲୁଚାଉଛି କିଏ, ଯାହାକୁ ଡରୁଛି ମାନବ ସମାଜ । ଆମେରିକା ଆବିଷ୍କାର କରିଥିବା କ୍ରିଷ୍ଟୋଫର କଲମ୍ବସ୍ ମଧ୍ୟ ସୂର୍ଯ୍ୟପରାଗ ନେଇ ପୂର୍ବାନୁମାନ କରିଥିଲେ । ମହାକାଶୀୟ ଶକ୍ତି ଉପରେ ତାଙ୍କର ଅନେକ ଅଭିଜ୍ଞତା ଥିବା କହିଥିଲେ । ୧୫୦୪ ମସିହାରେ ତାଙ୍କ ଜାହାଜ ଗୋଟେ ଅଜଣା ଦ୍ୱୀପରେ ଲାଗିଥିଲା । ଦ୍ୱୀପର ଅଧିବାସୀଙ୍କୁ ସୂର୍ଯ୍ୟପରାଗ ବିଷୟରେ କହି ସେମାନଙ୍କଠାରୁ ସାହାଯ୍ୟ ନେଇଥିଲେ । ହିନ୍ଦୁ ପୁରାଣର ମତ ଅନୁସାରେ ରାହୁ ଗ୍ରହ ସୂର୍ଯ୍ୟଙ୍କୁ ଗ୍ରାସ କଲେ ପରାଗ ହୋଇଥାଏ । ମହାଭାରତରେ ମଧ୍ୟ ସୂର୍ଯ୍ୟପରାଗ ବିଷୟରେ ଲିଖିତ ତଥ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe