ସ୍କୁଲ ଲ୍ୟାବରେ ଅନଲାଇନ ପାଠପଢା : ସାମାଜିକ ଦୂରତା ସହ ଶିକ୍ଷାଦାନ ; କାମାକ୍ଷାନଗରରୁ ଆସିଛି ପ୍ରେରଣାଦାୟୀ ଚିତ୍ର

204

କନକ ବ୍ୟୁରୋ : ବର୍ତ୍ତମାନ କରୋନା କାଳରେ ସ୍କୁଲ ଖୋଲୁନାହିଁ । ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଶିକ୍ଷା ପ୍ରକୃତରେ ଚାଲିଛି କେମିତି । ସରକାରଙ୍କ ନିୟମ ଅନୁସାରେ ଅନଲାଇନ୍ ପାଠପଢା ତ ଚାଲିଛି । ହେଲେ ଯେଉଁମାନଙ୍କ ନିକଟରେ ମୋବାଇଲ୍ ନାହିଁ , ଯେଉଁମାନଙ୍କ ପାଖରେ ମୋବାଇଲ୍ ଅଛି କିନ୍ତୁ ତାଙ୍କ ଅଂଚଳରେ ମୋବାଇଲ୍ ନେଟୱର୍କ ରହୁନି, ସେହି ଅଂଚଳର ପିଲାମାନେ ପାଠ ପଢିବାରେ ଅନେକ ସମସ୍ୟାର ଶିକାର ହେଉଛନ୍ତି ।

ଏପରି ସ୍ଥିତିରେ କାମାକ୍ଷାନଗରରୁ ଆସିଛି ଏକ ପ୍ରେରଣାଦାୟୀ ଚିତ୍ର । କାନପୁରା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏପରି ସମସ୍ୟାର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲର ଲ୍ୟାବରେ ଯୋଗାଇ ଦେଇଛନ୍ତି ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା । ସ୍କୁଲର ଲ୍ୟାବରେ ସାମାଜିକ ଦୂରତା ପାଳନକୁ ଗୁରୁତ୍ୱ ଦିଆଯାଇଛି । କରୋନାର ସମସ୍ତ ଗାଇଡଲାଇନ୍ ପାଳନ କରି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ପ୍ରତି ଚେୟାର ମଧ୍ୟରେ ଦୂରତା, ମାସ୍କ ପରିଧାନ, ସ୍କୁଲକୁ ପ୍ରବେଶ ମାତ୍ରେ ସାନିଟାଇଜେସନ୍ କରାଇ ପିଲା ପାଠ ପଢୁଛନ୍ତି ।

ବର୍ତ୍ତମାନ ରାଜ୍ୟରେ କରୋନା ପାଇଁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ, କାନପୁରା ଉଚ୍ଚ ବିଦ୍ୟାଳୟର ଏପରି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ବେଶ୍ ଲାଭ ପହଁଚାଇ ପାରିଛି । ଦଶମ ଶ୍ରେଣୀର ପିଲା ଏହି ପରି ଅନଲାଇନ୍ ଶିକ୍ଷାଲାଭ କରି ପ୍ରିଲିମିନାରୀ ପରୀକ୍ଷା ଦେଉଛନ୍ତି ।  ଏପରି ସୁବିଧା ପାଇଁ ଛାତ୍ରଛାତ୍ରୀ ବେଶ୍ ଖୁସି ପ୍ରକାଶ କରୁଛନ୍ତି ।