କନକ ବ୍ୟୁରୋ: ଓଡିଶା ସାମ୍ବାଦିକତା ଜଗତର ବେଶ ଜଣାଶୁଣା ଚେହେରା ଅରିନ୍ଦମ ଦାସ ଆଉ ନାହାନ୍ତି । ବାତ୍ୟା ହେଉ କି ବନ୍ୟା ସବୁବେଳେ ବିପଦସଙ୍କୂଳ ସ୍ଥାନରେ ରହି ଲୋକଙ୍କ ପାଖରେ ଆଗୁଆ ଖବର ପହଞ୍ଚାଇବାକୁ ସେ ଥିଲେ ତତ୍ପର । ହେଲେ ଆଜି ଖୁବ କମ ବୟସରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । କଟକ ମୁଣ୍ଡଳୀରେ ଓଡ୍ରାଫ ବୋଟ୍ ବୁଡି ଘଟଣାରେ ପ୍ରାଣ ହରାଇଛନ୍ତି ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ।
ସୂଚନାଯୋଗ୍ୟ ଯେ, ଆଠଗଡ ପଟୁ ୧୭ଟି ହାତୀ ମହାନଦୀ ପାର ହେଉଥିବାବେଳେ ନଦୀ ସ୍ରୋତରେ ୭ଟି ହାତୀ ଭାସି ଯାଇଥିଲେ । ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆ ଶାସନ ଗାଁ ଆନିକଟରେ ଲାଗିଥିଲେ । ଗୋଟିଏ ହାତୀ କଟକର ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହିଥିଲା । ହାତୀଟିକୁ ଉଦ୍ଧାର କରିବା ପାଇଁ ସକାଳୁ ଉଦ୍ୟମ ଆରମ୍ଭ ହୋଇଥିଲା । ମୁଣ୍ଡଳୀରେ ପାଣିର ପ୍ରଖର ସ୍ରୋତ ସହ ଜୁଝୁଥିବା ଦନ୍ତା ହାତୀଟିକୁ ଉଦ୍ଧାର କରିବା ପାଇଁ ପ୍ରଥମେ ଅଗ୍ନିଶମ ବିଭାଗ ସହାୟତାରେ ଉଦ୍ୟମ କରିଥିଲା ବନବିଭାଗ ।
ଦୀର୍ଘ ସମୟର କସରତ ପରେ ହାତୀଟିକୁ କୂଳକୁ ଆଣିବା ସମ୍ଭବ ହେଉନଥିଲା । ତେଣୁ ଏକ ଆଇଆର ବୋଟ୍ ବା ପାୱାର ବୋଟ୍ ସହାୟତାରେ ମୁଣ୍ଡଳି ବ୍ରିଜର ନିର୍ଦ୍ଦିଷ୍ଟ ସ୍ଥାନରେ ଫସିରହିଥିବା ହାତୀଟିକୁ ଘଉଡାଇବା ପାଇଁ ବାହାରିଥିଲେ ଓଡ୍ରାଫର ଏକ ଟିମ୍ । ଏହି ବୋଟରେ ବି ରହିଥିଲେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ବୋଟଟି ପାଣି ଭିତରେ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଯାଇଥିଲା । ହେଲେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ନିୟନ୍ତ୍ରଣ ରକ୍ଷା କରିବା ସମ୍ଭବ ହେଇନଥିଲା । ଏହି ସମୟରେ ଅଚାନକ ହାତୀଟି ଆସି ବୋଟ୍ ସାମ୍ନାଦେଇ ପାର କରିବାକୁ ଲାଗିଥିଲା । ଆଉ ସେଥିପାଇଁ ପ୍ରଖର ହୋଇଥିଲା ପାଣି ସ୍ରୋତ । ଏତିକି ବେଳେ ଚାହୁଁ ଚାହୁଁ ଓଡ୍ରାଫ ବୋଟଟି ପାଣିରେ ଓଲଟି ପଡିଥିଲା । ଯାହାଫଳରେ ବୋଟରେ ଥିବା ସମସ୍ତେ ପାଣି ଭିତରକୁ ଖସି ପଡିଥିଲେ ।
ଓଟିଭି ରିପୋର୍ଟର ଅରିନ୍ଦମ ଓ କ୍ୟାମେରାମ୍ୟାନ ପ୍ରଭାତ ମହାନଦୀର ପ୍ରଖର ସ୍ରୋତରେ ଖସିପଡି ଗୁରୁତର ହୋଇପଡିଲେ । ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ପଠାଯାଇଥିବାବେଳେ ସେଠାରେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/vlcsnap-2021-09-24-19h55m04s651.png)