ରଥଯାତ୍ରାକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା: ବିଜୟ ମହାପାତ୍ର କହିଲେ, ଶୀଘ୍ର ନିଷ୍ପତି ନିଅନ୍ତୁ ସରକାର; ପିସିସି ସଭାପତିଙ୍କ ମତ, ସମସ୍ତଙ୍କ ସହ ଆଲୋଚନା କରି ନିଆଯାଉ ନିଷ୍ପତି

ଲକ ଡାଉନ ଭିତରେ ରଥ ନିର୍ମାଣ ପାଇଁ କେନ୍ଦ୍ରକୁ ଅନୁମତି ମାଗିଲେ ରାଜ୍ୟ ସରକାର

352

କନକ ବ୍ୟୁରୋ: ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଅନୁମତି ମାଗିବା ପରେ ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ଜଣାପଡିଛି । ଲକଡାଉନ ଭିତରେ ରାଜ୍ୟ ସରକାର ରଥନିର୍ମାଣ କାମକୁ ଅନୁମତି ଦେବା ପ୍ରସଙ୍ଗରେ ଏହି ଚିଠି ଲେଖାଯାଇଛି । ଗତ ୪ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକରେ ରାଥ ନିର୍ମାଣ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ପୁରୀ ଗ୍ରୀନ ଜୋନରେ ଅଛି , ସେଥିପାଇଁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ଯୁକ୍ତି ଦେଖାଇଥିଲା ପରିଚାଳନା କମିଟି ।

ଏପଟେ ରାଜନୈତିକ ଦଳର ନେତା ମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,ଏନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତି ନେବା ଉଚିତ । ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ ବୋଲି ସେ ଚେତାଇଦେଇଛନ୍ତି । ସେପଟେ ପିସିସି ସଭାପତି ନିରଜଂନ ପଟ୍ଟନାୟକ କହିଛନ୍ତି, ସମସ୍ତଙ୍କ ସହ ଆଲୋଚନା କରି ସରକାର ନିଷ୍ପତି ନିଅନ୍ତୁ । ଏହି ପ୍ରସଙ୍ଗକୁ ନେଇ ଅଧିକ ବିବାଦ ନହେଉ ବୋଲି କହିଛନ୍ତି ନିରଂଜନ ।