ପାକିସ୍ତାନୀଙ୍କ ମୁହଁରେ ମାହିଙ୍କ ପ୍ରଂଶସା । ଚେନ୍ନାଇର ଚେପକ ଷ୍ଟାଡିୟମରେ ବିଦାୟୀ ମ୍ୟାଚ୍ ଖେଳିପାରନ୍ତି ଧୋନୀ, ମାହିଙ୍କୁ ନେଇ ଭିଭିଏସ୍ ଲକ୍ଷ୍ମଣଙ୍କ ଆକଳନ ।

1,793

କନକ ବ୍ୟୁରୋ : ଅବସର ପରେ ବି ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନୀ । ଅଗଷ୍ଟ ୧୫ରେ ଧୋନୀଙ୍କ ଅବସର ଘୋଷଣା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ଭିତରେ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି, ଚେନ୍ନାଇର ଚେପକ ଷ୍ଟାଡିୟମରେ ବିଦାୟୀ ମ୍ୟାଚ ଖେଳିପାରନ୍ତି ଧୋନୀ । ସେପଟେ ପାକିସ୍ତାନୀ କ୍ରିକେଟରଙ୍କ ମୁହଁରୁ ଧୋନୀଙ୍କ ପ୍ରଶଂସା ଶୁଣିବାକୁ ମିଳିଛି ।

ଚେପକ୍ ଷ୍ଟାଡିୟମରେ ବିଦାୟୀ ମ୍ୟାଚ ଖେଳିବେ ଧୋନୀ ! ମାହିଙ୍କୁ ନେଇ ଭିଭିଏସ ଲକ୍ଷ୍ମଣଙ୍କ ଆକଳନ । କ୍ରିକେଟ କ୍ୟାରିୟରକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ ହଠାତ୍ ଶନିବାର ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏହାପରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି, ଚେନ୍ନାଇ ସୁପର କିଙ୍ଗସ ପାଇଁ ହିଁ ଧୋନୀ ତାଙ୍କ ଜୀବନର ଶେଷ ମ୍ୟାଚ ଖେଳିବେ । ଏବଂ ମୁଁ ଦୃଢତାର ସହ କହିପାରିବି ଯେ ସଚିନ ତେନ୍ଦୁଲକର ଯେପରି ତାଙ୍କର ବିଦାୟୀ ମ୍ୟାଚ ୱାଙ୍ଖଡେରେ ଖେଳିଥିଲେ ଠିକ୍ ସେହିପରି ଧୋନୀ ମଧ୍ୟ ତାଙ୍କ ବିଦାୟୀ ମ୍ୟାଚ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳିବେ ।

ଧୋନୀଙ୍କ ଅବସର ଘୋଷଣା ପରେ ଚାରିଆଡୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିରୁ ବାଦ୍ ପଡିନାହାନ୍ତି ପାକିସ୍ତାନୀ ଖେଳାଳି । ଇଞ୍ଜାମାମ୍ ଉଲ୍ ହକ୍, ୱାସିମ ଆକ୍ରମ, ୱାକର ୟୁନିସ, ରସିଦ ଲତିଫ, ସାହିଦ ଆଫ୍ରିଦିଙ୍କ ସହ ଅନ୍ୟାନ୍ୟ ଖେଳାଳି ମାନେ ଧୋନୀଙ୍କୁ ସମ୍ମାନ ଜଣାଇଛନ୍ତି । ଏବଂ କହିଛନ୍ତି ଭାରତକୁ ମିଳିଥିବା ଏପର୍ଯ୍ୟନ୍ତର ମହାନ କ୍ୟାପଟେନ ହେଉଛନ୍ତି ଧୋନୀ । ରସିଦ ଲତିଫ କହିଛନ୍ତି, ଧୋନୀ ଜଣେ ଚମତ୍କାର ଖେଳାଳି ଓ ଅଧିନାୟକ । ଗେମକୁ ସଠିକ୍ ଭାବରେ ବୁଝିବା ସହ ସେ ଅନୁଯାୟୀ ଖେଳାଳିଙ୍କ ଉପଯୋଗ କରନ୍ତି । ସେ ଜଣେ ଉଚ୍ଚକୋଟୀର ଫିନିସର । ଅଗଷ୍ଟ ୧୫ତାରିଖ ଦିନ ସୋସିଆଲ ମିଡିଆ ଜରିଆରେ ନିଜର ଅବସର ନେଇ ଧୋନୀ ସୂଚନା ଦେବା ପରେ ନିରାଶ ହୋଇଛନ୍ତି କୋଟି କୋଟି ପ୍ରଶଂସକ ।